fbpx

OAS ପାଇଲେ ନୂଆପଡ଼ାର ରୋହିତ ଓ ଆର୍ତତ୍ରାଣ, ଦଳିତ ହୋଇ ମଧ୍ୟ ନିଜ ପରିଶ୍ରମ ବଳରେ…

ନୂଆପଡ଼ା(ଓଡ଼ିଶା ଭାସ୍କର): ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ନୂଆପଡ଼ା ଜିଲ୍ଲାର ୨ ଯୁବକ । ଖରିଆର ରୋଡ ସହର ଏଲଡି ପଡ଼ାର ରୋହିତ ବାଗ ୩୨ ନମ୍ବର ରଖି ପାସ୍ କରିଥିବା ବେଳେ ୮୩ ନମ୍ବର ରାଙ୍କରେ ରହିଛନ୍ତି ଖଡ଼ିଆଳର ଆର୍ତତ୍ରାଣ ତାଣ୍ଡି । ତେବେ ଶିକ୍ଷକ ଦିବାକର ବାଗ ଓ ଦିପ୍ତୀ ଲତା ବାଗଙ୍କ ପୁଅ ରୋହିତ ଛୋଟବେଳୁ ଜଣେ ମେଧାବୀ ଛାତ୍ର ଥିଲେ । ରେଭେନ୍ସାରୁ ସ୍ନାତକ ଶିକ୍ଷା ସାରି ସେ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରୁ ପିଜି ଡିଗ୍ରୀ ହାସଲ କରିଥିଲେ । ରୋହିତ ଆଗକୁ ଭାରତୀୟ ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ।

ସେହିପରି ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆର୍ତତ୍ରାଣ ତାଣ୍ଡିଙ୍କ ଜନ୍ମ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଲାଲସାହେବପଡ଼ାର ଜଣେ ମଧ୍ୟବିତ ପରିବାରରେ ହୋଇଛି । ସେ ଦିଲ୍ଲୀ ସ୍ଥିତ ଜେଏନୟୁରେ ସୋସିଓଲୋଜିରେ ଏମଏ ଶେଷ କରି ଏବେ ପିଏଚଡି କରୁଛନ୍ତି । ସଫଳତା ପାଇଁ ସେ ନିଜ ପରିବାର ଓ ବନ୍ଧୁମାନଙ୍କୁ ଶ୍ରେୟ ଦେଇଛନ୍ତି । ପୂର୍ବରୁ ନୂଆପଡ଼ା ଜିଲ୍ଲାରେ ଦଳିତମାନଙ୍କର ଆର୍ଥିକ ସ୍ଥିତି ଖରାପ ଥିବା ବେଳେ ସମୟ ଅନୁସାରେ ସେଠାର ସ୍ଥିତିରେ ସୁଧାର ଆସିଛି । ଆଜି ୨ ଦଳିତ ପରିବାରର ଯୁବକ ନିଜ ପରିଶ୍ରମ ବଳରେ ଓଏଏସ ପାଇଛନ୍ତି ।

Get real time updates directly on you device, subscribe now.