fbpx

ଓଡ଼ିଶା ବାହାରେ ରହିଯାଇଛନ୍ତି କି? ସହାୟତା ପାଇଁ ଡ଼ାଏଲ କରନ୍ତୁ ରାଜ୍ୟ ସରକାରଙ୍କ ଏହି ନମ୍ବରକୁ..

ଭୁବନେଶ୍ୱର, ୨୬ା୩(ଓଡ଼ିଶା ଭାସ୍କର): ଲକ୍ ଡ଼ାଉନ ଯୋଗୁଁ ରାଜ୍ୟ ବାହାରେ ଏବେ ବି ହଜାର ହଜାର ଓଡ଼ିଆ ଫସି ରହିଛନ୍ତି । ନା ସେ କାମ କରିବାକୁ ଯାଇଥିବା ଅନ୍ୟ ରାଜ୍ୟର ହୋଇପାରୁଛନ୍ତି ନା ନିଜ ରାଜ୍ୟର । କରୋନା ପରି ଭୟଙ୍କର ସ୍ଥିତିରେ ନିଜ ଆତ୍ମୀୟ ସ୍ୱଜନକୁ ଭେଟିବା ପାଇଁ ଚାତୁର ପରି ଚାହିଁ ରହିଛନ୍ତି ପ୍ରବାସୀ ଓଡ଼ିଆ । କିଛି ଆଗୁଆ ଟିକେଟ ବୁକ୍ କରିଥିଲେ ମଧ୍ୟ ହଠାତ ଲକ୍ ଡ଼ାଉନ୍ ନିଷ୍ପତ୍ତି ସେମାନଙ୍କୁ ରାଜ୍ୟକୁ ଆସିବାରେ ବାଧକ ସାଜିଛି । ନା ବସ୍ ଚାଲୁଛି ନା ଟ୍ରେନ୍ । ସେପଟେ ସୀମା ସିଲ୍ । ଏଭଳି ଅବସ୍ଥାରେ ବିଭିନ୍ନ ସୋସିଆଲ ମିଡ଼ିଆ ମାଧ୍ୟମରେ ପ୍ରତିଦିନ ଅସହାୟ ପ୍ରବାସୀଙ୍କ ଭିଡ଼ିଓ ନଜରକୁ ଆସିଛି । ଏବେ ଏମାନଙ୍କ ସହାୟତା ପାଇଁ ହାତ ବଢ଼ାଇଛି ଓଡ଼ିଶା ପ୍ରଶାସନ । ଗୃହ ବିଭାଗ ତରଫରୁ ଏଥି ପାଇଁ ବରିଷ୍ଠ ଆଇପିଏସ ଅଫିସର ଅମିତାଭ ଠାକୁରଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି । ବାହାରେ ଫସି ରହିଥିବା ଲୋକ କଣ୍ଟ୍ରୋଲ ରୁମ୍ ନମ୍ବର ୦୬୭୪-୨୩୯୨୧୧୫ ବା ମୋବାଇଲ ନମ୍ବର ୯୪୩୮୯୧୫୯୮୬ରେ ଯୋଗାଯୋଗ କରି ସେମାନଙ୍କ ରାଜ୍ୟ ବାହୁଡ଼ା ବାବଦରେ ସିଧାସଳଖ ବିଚାର ବିମର୍ଶ କରିପାରିବେ । । ତାହା ଛଡ଼ା ରାଜ୍ୟରେ ଥିବା ସେମାନଙ୍କ ଆତ୍ମୀୟ ସ୍ୱଜନମାନେ ମଧ୍ୟ ଫସି ରହିଥିବା ନିଜ ପରିଜନମାନଙ୍କ ସମ୍ପର୍କରେ ସୂଚନା ଦେଇପାରିବେ ।

Get real time updates directly on you device, subscribe now.