fbpx

କରୋନା ଭାଇରସ୍: ଦେଶରେ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି

ନୂଆଦିଲ୍ଲୀ,୨୬ ।୩: ଦେଶରେ କରୋନା ଭାଇରସ୍ ଯୋଗୁଁ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ୧୬ ଲୋକ ଏହି ଭାଇରସରେ କବଳରେ ଆସି ଜୀବନ ହାରିଛନ୍ତି । କରୋନାରେ ଆକ୍ରାନ୍ତ ହୋଇ ଗୁଜୁରାଟର ୭୦ ବର୍ଷୀୟା ଜଣେ ରୋଗୀ ମୃତ୍ୟୁ ବରଣ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଦେଶର ୬୩୯ ଜଣ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ମହାରାଷ୍ଟ୍ରରେ କରୋନାର ସର୍ବାଧିକ ୧୨୮ଟି ମାମଲା ଆସିଥିବା ବେଳେ ସେଠାରେ ୪ ଜଣଙ୍କର ମୃତ୍ୟୁ ଘଟିଛି ।

ଆଜି ସକାଳରେ ଜମ୍ମୁ-କାଶ୍ମୀରର ଶ୍ରୀନଗରରେ ୬୫ ବର୍ଷୀୟ ରୋଗୀଙ୍କ ମୃତ୍ୟୁ ହୋଇଛି । ସେହିପରି ୨୪ ମାର୍ଚ୍ଚରେ ମହାରାଷ୍ଟ୍ରରେ ମୃତ୍ୟୁ ହୋଇଥିବା ଜଣେ ମହିଳା କରୋନା ହୋଇଥିଲା ବୋଲି ଆଜି ରିପୋର୍ଟରେ ପ୍ରକାଶ ପାଇଛି । ଏହା ସହ ଦେଶରେ ୪୭ ଜଣ କେରାନା ରୋଗୀ ସୁସ୍ଥ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.