fbpx

ଗରିବ ଓ ଶ୍ରମିକଙ୍କ ପାଇଁ ୧ଲକ୍ଷ ୭୦ ହଜାର କୋଟି ଟଙ୍କାର ପ୍ୟାକେଜ୍

ନୂଆଦିଲ୍ଲୀ,୨୬ ।୩: କରୋନା ଭାଇରସ୍ କାରଣରୁ ଦେଶରେ ୨୧ ଦିନ ପର୍ଯ୍ୟନ୍ତ ଲକ୍-ଡାଉନ୍ ରହିଛି । ଲକ୍-ଡାଉନକୁ ନେଇ ଆଜି ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି ସରକାର । ଦେଶର ଗରିବ ଓ ଶ୍ରମିକମାନଙ୍କ ପାଇଁ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତିି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଡିବିଟି ଜରିଆରେ ଲୋକଙ୍କୁ ସହାୟତା ମିଳିବ ।

ଏହା ସହ ନିର୍ମଳା କହିଛନ୍ତି ଯେ, କାହାରିକୁ ଭୋକିଲା ରହିବାକୁ ଦିଆଯିବ ନାହିଁ । ସ୍ୱାସ୍ଥ୍ୟ ସେବାରେ ନିୟୋଜିତ କର୍ମୀଙ୍କ ପ।।ଇଁ ୫୦ ଲକ୍ଷର ବୀମା କରାଯାଇଛି । ସ୍ୱାସ୍ଥ୍ୟ ସେବା ସହ ସଂପୃକ୍ତ କର୍ମଚାରୀଙ୍କ ପାଇଁ ବୀମାରାଶି ଘୋଷଣା କରାଯାଇଛି । ଆଗାମୀ ୩ ମାସ ପାଇଁ ଲାଗୁ ହେବ ସ୍ୱାସ୍ଥ୍ୟ ବୀମା ।’

ଏହା ସହ ଦେଶର ୮୦ କୋଟି ଲୋକଙ୍କୁ ମାଗଣା ରାସନ ସାମଗ୍ରୀ ମିଳିବ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ରାସନ ମିଳିବ । ଆଗାମୀ ୩ ଦିନ ପାଇଁ ଗହମ, ଡାଲି ଓ ଚାଉଳ ପ୍ରଦାନ କରାଯିବ ।

୬୦ ବର୍ଷରୁ ଉର୍ଦ୍ଧ ନାଗରିକ, ବିଧବା ଓ ଦିବ୍ୟାଙ୍ଗଙ୍କୁ ସହାୟତା ଦିଆଯିବ । ଆସନ୍ତା ୩ ମାସ ଧରି ୧ ହଜାର ଟଙ୍କା ମିଳିବ । ୨ଟି କିସ୍ତିିରେ ଡିବିଟି ଜରିଆରେ ଟଙ୍କା ଟ୍ରାନ୍ସଫର ହେବ । ଏଥିରେ ୩ କୋଟି ବୃଦ୍ଧ ବିଧବା ଓ ଦିବ୍ୟାଙ୍ଗ ଉପକୃତ ହେବେ ।

ଉଜ୍ଜଳା ଯୋଜନାରେ ବିପିଏଲ୍ ପରିବାରକୁ ସହାୟତା । ବିପିଏଲ୍ ପରିବାରକୁ ମାଗଣା ସିଲିଣ୍ଡର :
– ଆସନ୍ତା ୩ ମାସ ଧରି ମାଗଣାରେ ୩ ଟି ସିଲିଣ୍ଡର ମିଳିବ ।
– ୮ କୋଟି ୩୦ ଲକ୍ଷ ପରିବାରକୁ ମିଳିବ ସହାୟତା
– ଖାତାରେ ଟଙ୍କା ନଥିଲେ ବି ମାଗଣାରେ ସିଲିଣ୍ଡର ମିଳିବ ।

ମନରେଗା ଯୋଜନାରେ ମଜୁରି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଦୈନିକ ମଜୁରି ୧୮୨ ଟଙ୍କାରୁ ୨୦୨ ଟଙ୍କାକୁ ବୃଦ୍ଧି କରିଛନ୍ତି । ମଜୁରି ବାବଦରେ ୫ କୋଟି ଶ୍ରମିକ ୨ ହଜାର ଟଙ୍କାର ଅଧିକ ଆୟ ପାଇବେ ।

ଜନଧନ ଯୋଜନାରେ ମହିଳାଙ୍କୁ ମିଳିବ ମାସିକ ୫୦୦ ଟଙ୍କାର ସହାୟତା। ଆଗାମୀ ୩ ମାସ ଯାଏ ୨୦ କୋଟି ଜମାଧାରୀ ମହିଳା ଏହି ସୁବିଧା ପାଇବେ।

Get real time updates directly on you device, subscribe now.