fbpx

୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୫ା୩: ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି ମହାମାରୀ କରୋନା । ଏହା ସାରା ବିଶ୍ୱର ମୁଣ୍ଡ ବିନ୍ଧାର କାରଣ ପାଲଟି ସାରିଛି । ଏନେଇ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଗୃହ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ହୋଇଛି । ରାଜ୍ୟ ଓ ଜିଲ୍ଲା ସ୍ତରରେ କଣ୍ଟ୍ରୋଲ ରୁମ୍ ଖୋଲିବାକୁ ନିର୍ଦ୍ଦେଶ ହୋଇଛି । କଣ୍ଟ୍ରୋଲ ରୁମ୍/ ଅଫିସ୍ ଓ ହେଲ୍ପଲାଇନ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ହୋଇଛି । ଲୋକଙ୍କୁ ସୁବିଧା ସୁଯୋଗ ଯୋଗାଇବା ପାଇଁ ଗୃହ ମନ୍ତ୍ରଣାଳୟ ପରାମର୍ଶ ଦେଇଛି ।

Get real time updates directly on you device, subscribe now.