ଭୁବନେଶ୍ୱର: ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଥମିବାର ନାମ ନେଉନି। ଏଥିରେ ରାଜନୈତିକ ତର୍କ ବିତର୍କ ଜାରି ରହିଛି। ଏହାରି ମଧ୍ୟରେ କିଛି ସମୟ ପୂର୍ବରୁ ଖବର ଆସିଥିଲା ଯେ, ହଟିଲା ବିବାଦୀୟ ‘ଜଗନ୍ନାଥ ଧାମ’ ନାମ। କିନ୍ତୁ ବର୍ତ୍ତମାନ କୁହାଯାଉଛି ଏହା ହଟିନି।
ଗୋଟିଏ ନାମଫଳକରୁ ହଟିଛି। ମାତ୍ର ୱେବସାଇଟରେ ଏବେ ବି ଅଛି ‘ଜଗନ୍ନାଥ ଧାମ’। ୱେବସାଇଟରେ ସ୍ପଷ୍ଟ ଭାବେ ଲେଖା ଯାଇଛି ଜଗନ୍ନାଥ ଧାମ ଦୀଘା। କିନ୍ତୁ ଦୀଘା ମନ୍ଦିରରୁ ହଟିଛି ‘ଜଗନ୍ନାଥ ଧାମ’ ଲେଖା। ପୁରୀରେ ପ୍ରବଳ ବିରୋଧ ପରେ ମମତା ସରକାର ନଇଁଛନ୍ତି।
ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଅମିତ ମାଲବ୍ୟ। ବିଜେପି ମିଡିଆ ସେଲ ଅଧ୍ୟକ୍ଷ ଅମିତ ମାଲବ୍ୟ। ସେ ଟ୍ୱିଟ କରି ଲେଖିଛନ୍ତି, ‘ହିନ୍ଦୁ ଏକାଠି ହେଲେ ସବୁ ସମ୍ଭବ ହେବ। ଫେଲ ମାରିଲା ମମତାଙ୍କ ବିଭାଜନ ରଣନୀତି।’