fbpx

ବିବାଦରେ ବିସଲେରୀ ବିଜ୍ଞାପନ, ଶିକ୍ଷକ ମାନଙ୍କୁ ମୁର୍ଖ ବନାଇବାକୁ ହୋଇଛି ଚେଷ୍ଟା

ନୂଆଦିଲ୍ଲୀ, ୨୯ ।୪(ଓଡିଶା ଭାସ୍କର) : ବିସଲେରୀ ବିଜ୍ଞାପନକୁ ନେଇ ତାତିଲେ ରାଜସ୍ଥାନ ଶିକ୍ଷକ । ପାଣି ବୋତଲ କମ୍ପାନୀ ବିସଲେରୀ ଏକ ବିଜ୍ଞାପନକୁ ନେଇ ଏବେ ବିବାଦରେ ଛନ୍ଦି ହୋଇଯାଇଛି । ଶିକ୍ଷକମାନେ ଏହାକୁ ତୀବ୍ର ବିରୋଧ କରି କହିଛନ୍ତି ଯେ, ଏହି ବିଜ୍ଞାପନରେ ଶିକ୍ଷକ ମାନଙ୍କୁ ମୁର୍ଖ ବନାଇବାକୁ ଚେଷ୍ଟା କରାଯାଇଛି । ଏଥିସହିତ ମାଟିପାତ୍ର ବଦଳରେ ପ୍ଲାଷ୍ଟିକ୍ ପାଣି ବୋତଲର ପ୍ରଚାର କରି ଗରିବଙ୍ଗୁ ଅପମାନ କରାଯାଇଛି ।

ସାଧାରଣତଃ କର୍ପୋରେଟ୍ କମ୍ପାନୀମାନେ ଯାହା ବି ବିଜ୍ଞାପନ କରନ୍ତି ତାହା ସାଧାରଣ ଲୋକ ମାନଙ୍କୁ କିଛି ମେସେଜ୍ ଯାଇଥାଏ । କିନ୍ତୁ ବିସଲେରୀ ଓଟ ମାନଙ୍କୁ ନେଇ ବିଜ୍ଞାପନ କରିଛି ତାହା ସମାଜ ବିରୋଧୀ ଏବଂ ଏହାଦ୍ୱାରା ଶିକ୍ଷକ ମାନଙ୍କ ପ୍ରତି ଅପମାନ ମଧ୍ୟ ହୋଇଛି । ଏପରିକି ସେମାନଙ୍କ ଜ୍ଞାନକୁ ନେଇ ମଧ୍ୟ ପ୍ରଶ୍ନ କରାଯାଇଛି । ଏଥିରେ ଓଟକୁ ଛାତ୍ର ଭାବେ ଦର୍ଶାଯାଇଛି । ଏଥିରେ ମାଟି ପାତ୍ରରେ ଥିବା ପାଣିର ଅପମାନ କରାଯାଇଛି । ତେଣୁ ଶିକ୍ଷକ ସଙ୍ଗଠନ ଏହାକୁ ବିରୋଧ କରି ବହିଷ୍କାର କରିବାକୁ ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ବୟକଟବିସଲେରୀ ହ୍ୟାସଟ୍ୟାଗ୍ ଏବେ ଟ୍ରେଣ୍ଡ୍ କରିଛି । ଏହା ବିରୋଧରେ ଏବେ ଦେଶର ଅନେକ ଲୋକ ଟୁଇଟ୍ କରି ପ୍ରତିକ୍ରିୟା ଦେଇଛନ୍ତି । ଖାଲି ରାଜସ୍ଥନା ନୁହେଁ ବରଂ ଏବେ ଗୁଜୁରାଟରେ ମଧ୍ୟ ଏହାକୁ ବିରୋଧ କରାଯାଇଛି ।

ଧୋଲପୁର ଜିଲ୍ଲାପାଳ ଆରକେ ଜାୟସଓ୍ୱାଲ ମଧ୍ୟ ବୁଧବାର ସୋସିଆଲ ମିଡିଆରେ ବୟକଟବିସଲେରୀ ଅଭିଯାନକୁ ସମର୍ଥନ କରିଛନ୍ତି । ଏଥି ସହିତ ବିଜ୍ଞାପନକୁ ବିରୋଧ କରିବା ସହ ମାଟି ପାତ୍ରର ଫଟୋ ସେୟାର କରିଛନ୍ତି । ମାଟି ପାତ୍ର ଭାରତୀୟ ସଂସ୍କୃତିର ପ୍ରତୀକ ବୋଲି ସେ କହିଛନ୍ତି । ଆହୁରି ଅନେକ ଶିକ୍ଷକ ସଙ୍ଗଠନ ଏହି ବିଜ୍ଞାପନ ବିରୋଧରେ ସ୍ୱର ଉତ୍ତୋଳନ କରିବା ସହ କମ୍ପାନୀ ଏହାକୁ ପ୍ରତ୍ୟାହାର କରୁ ବୋଲି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ଦେଇଛନ୍ତି ।

Get real time updates directly on you device, subscribe now.