fbpx

ଭାଷାକୁ ନେଇ ବିମାନରେ ବିବାଦ: ଏହି ଭାଷା ଜାଣି ନଥିବାରୁ ମହିଳା ଯାତ୍ରୀଙ୍କ ବଦଳିଲା ସିଟ୍

ନୂଆଦିଲ୍ଲୀ: ଇଣ୍ଡିଗୋ ଏୟାରଲାଇନ୍ସରେ ପୁଣି ଥରେ ବିବାଦ ଦେଖିବାକୁ ମିଳିଛି । ଏଥର କିନ୍ତୁ ଭାଷାକୁ ନେଇ ଏହି ବିବାଦ ହୋଇଥିବା ଜଣା ପଡିଛି । ପ୍ରକୃତରେ ସେପ୍ଟେମ୍ବର ୧୬ ରେ, ଆଇଆଇଏମ୍ ଅହମ୍ମଦାବାଦର ସହକାରୀ ପ୍ରଫେସର (ଶିକ୍ଷା) ଏକ ଇଣ୍ଡିଗୋ ବିମାନରେ ଯାତ୍ରା କରୁଥିଲେ। ସହକାରୀ ପ୍ରଫେସର ଦେବସ୍ମିତ ଚକ୍ରବର୍ତ୍ତୀ ବିଜୟୱାଡା ଠାରୁ ହାଇଦ୍ରାବାଦ ଅଭିମୁଖେ 6E 7297 ବିମାନରେ ଯାତ୍ରା କରୁଥିଲେ । ତେବେ ଏହି ସମୟରେ ବିମାନ କର୍ମଚାରୀ ଜଣେ ମହିଳା ଯାତ୍ରୀଙ୍କୁ ତାଙ୍କ ସିଟ୍ ପରିବର୍ତ୍ତନ କରିବାକୁ କରିଥିଲେ । କାରଣ ସେ ମହିଳା ଜଣକ ହିନ୍ଦି କିମ୍ବା ଇଂରାଜୀ ଭାଷା ବୁଝି ପାରୁନଥିଲେ । ଯାହାଫଳରେ ଏୟାରଲାଇନ୍ସର କ୍ରୁ ସଦସ୍ୟ ମହିଳା ଯାତ୍ରୀଙ୍କୁ ନିରାପତ୍ତା କଥା ଦର୍ଶାଇ ନିୁଜ ସିଟ୍ ପରିବର୍ତ୍ତନ କରିବାକୁ କହିୁଥିଲେ । ତେବେ ଏହି ପ୍ରସଙ୍ଗରେ ପ୍ରଫେସରଙ୍କ ଦ୍ୱାରା କରାଯାଇଥିବା ଟୁଇଟ୍ ପରେ ବିବାଦ ଦେଖାଦେଇଛି ।

TOI ରେ ପ୍ରକାଶିତ ଖବର ଅନୁଯାୟୀ ତେଲେଙ୍ଗାନା ସରକାରର ମନ୍ତ୍ରୀ ତଥା ଟିଆରଏସ୍ ର ସଭାପତି କଲଭକୁନ୍ତଳା ତାରକା ରାମା ରାଓ (Kalvakuntla Taraka Rama Rao) ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ରିଟ୍ୱିଟ କରି ଲେଖିଛନ୍ତି – @ IndiGo6E ମ୍ୟାନେଜମେଣ୍ଟ, ମୁଁ ଆପଣଙ୍କୁ ସ୍ଥାନୀୟ ଭାଷାରେ ଏବଂ ସେହି ଯାତ୍ରୀମାନଙ୍କୁ ସମ୍ମାନ ଦେବାକୁ ଅନୁରୋଧ କରୁଛି । ଯେଉଁମାନେ ଇଂରାଜୀ କିମ୍ବା ହିନ୍ଦୀ ଭାଷା ଭଲଭାବେ ଜାଣି ନାହାଁନ୍ତି ସେମାନଙ୍କ ପାଇଁ ଆଞ୍ଚଳିକ ମାର୍ଗରେ, ଅଧିକ କର୍ମଚାରୀ ନିଯୁକ୍ତ କରନ୍ତୁ । ଯେଉଁମାନେ ତେଲୁଗୁ, ତାମିଲ୍, କନ୍ନଡ ଇତ୍ୟାଦି ସ୍ଥାନୀୟ ଭାଷା ବୁଝିପାରିବା ସହ ଭଲଭାବରେ କହି ମଧ୍ୟ ପାରୁଥିବେ । ଏହା ଏକ ଭଲ ସମାଧାନ ହେବ ।

ଏହି ଘଟଣା ସମ୍ପର୍କରେ ଆଇଆଇଏମ୍ ଆସିଷ୍ଟାଣ୍ଟ ପ୍ରଫେସର ଗୋଟିଏ ପରେ ଗୋଟିଏ ଟୁଇଟ୍ କରି କହିଛନ୍ତି ଯେ ମହିଳା ଜଣଙ୍କ 2A ସିଟରେ ବସିଥିବା ବେଳେ ଏୟାରଲାଇନ୍ସର କ୍ରୁ ସଦସ୍ୟମାନେ ତାଙ୍କୁ 3C ଯିବାକୁ ବାଧ୍ୟ କରିଥିଲେ । କୁହାଯାଇଥିଲା ଯେ ମହିଳା ଯାତ୍ରୀ ଜଣକ କେବଳ ତେଲୁଗୁ ଭାଷା ବୁଝି ପାରୁଥିଲେ । ତଙ୍କୁ ଇଂରାଜୀ କିମ୍ବା ହିନ୍ଦୀ ଭାଷା ଜଣା ନଥିଲା। ଫଳରେ ଆଣ୍ଡାଣ୍ଡମାନେ ମହିଳାଙ୍କୁ ସୁରକ୍ଷା ଦର୍ଶାଇ ଏପରି କରିବାକୁ ବାଧ୍ୟ କରିଥିଲେ।

ସହକାରୀ ପ୍ରଫେସର ଇଣ୍ଡିଗୋ ଅଧିକାରୀଙ୍କୁ ଏହି ଘଟଣାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ କହୁଛନ୍ତି । ସାଧାରଣତ ପ୍ରସ୍ଥାନ ଧାଡି ସିଟ୍ ଗର୍ଭବତୀ ମହିଳା କିମ୍ବା ବୃଦ୍ଧ ଲୋକଙ୍କୁ ଦିଆଯାଏ ଯେଉଁମାନେ ନିୟମିତ ସିଟ୍ ଉପରେ ବସିପାରିବେ ନାହିଁ । ମହିଳା ଯାତ୍ରୀ ନିଶ୍ଚିତ ଭାବରେ XLସିଟ୍ ପାଇଁ ଅର୍ଥ ଦେଇଥିବେ । କିନ୍ତୁ ମହିଳା ଯାତ୍ରୀ ଜରୁରୀକାଳୀନ ହିନ୍ଦୀ କିମ୍ବା ଇଂରାଜୀ ନିର୍ଦ୍ଦେଶ ବୁଝିପାରିଲେ ନାହିଁ । ତେଣୁ ସେ ନିଜ ଆସନ ବଦଳାଇବାକୁ ବାଧ୍ୟ ହୋଇଥିଲେ। କିନ୍ତୁ ମହିଳା ଜଣକ ବୁଝିପାରିଲେ ନାହିଁ ତାଙ୍କୁ କାହିଁକି ନିଜ ଆସନ ବଦଳାଇବାକୁ କୁହାଯାଇଛି । ।

ତେବେ ସହକାରୀ ପ୍ରଫେସର ଦେବସ୍ମିତ ଚକ୍ରବର୍ତ୍ତୀଙ୍କ ଏହି ଟ୍ୱିଟ୍ ପରେ ଅନେକ ଲୋକ ରିଟ୍ୱିଟ କରି ତାଙ୍କ କଥାକୁ ସମର୍ଥନ କରିଥିଲେ ଏବଂ ଭାଷାଭିତ୍ତିକ ଭେଦଭାବକୁ ବିରୋଧ କରିଥିଲେ । ଏଥିସହିତ ଅନ୍ୟ କେତେ ଜଣ ସେମାନଙ୍କ ବିମାନ ଭ୍ରମଣର ଅନୁଭୂତି ମଧ୍ୟ ସେୟାର କରିଥିଲେ । କିଛି ଲୋକ ଦେବସ୍ମିଥଙ୍କ କଥାରେ ସହମତ ଥିବା ପରି ମନେ ହେଉ ନଥିଲା।

Get real time updates directly on you device, subscribe now.