fbpx
BSKY SKY
BSKY SKY

ଦୂରଦର୍ଶନ ଲୋଗୋ ଗେରୁଆ ହେବାକୁ ନେଇ ଉଠିଲା ବିବାଦ, ମୋଦୀ ୩.୦ରେ ହେବ ଆହୁରି ଅନେକ ପରିବର୍ତ୍ତନ

BSKY

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ମଧ୍ୟରେ ଦୂରଦର୍ଶନର ନୂଆ ଲୋଗୋକୁ ନେଇ ବିବାଦ ତୀବ୍ରତର ହେବାରେ ଲାଗିଛି । ଦୂରଦର୍ଶନର ନୀଳ ରଙ୍ଗର ଲୋଗୋ କମଳା ରଙ୍ଗ ହେବାକୁ ନେଇ ବିବାଦର ସୂତ୍ରପାତ ହୋଇଛି । ବିଭିନ୍ନ ରାଜନୈତିକ ଦଳ ଏହାକୁ ନେଇ ଗଭୀର ପ୍ରତିକ୍ରିୟା ରଖିଛନ୍ତି । ବିଜେପି କହିଛି ଏହି ମୂଳ ରଙ୍ଗ ୧୯୮୨ରେ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଚ୍ୟାନେଲ ଲାଗି ଚୟନ କରାଯାଇଥିଲା ଓ ଏହାକୁ ବଦଳାଇ ଦିଆଯାଇଛି । ବିରୋଧୀ ଏହାକୁ ନିର୍ବାଚନ ଆଚରଣ ବିଧି ଉଲଙ୍ଘନ ବୋଲି କହିଛନ୍ତି । ଏହାରି ମଧ୍ୟରେ ଏକ ଖବର ସାମ୍ନାକୁ ଆସୁଛି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଯଦି ତୃତୀୟ ବାର ଏନଡିଏ ସରକାର ଗଠନ ହେବ ତେବେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଓ ପ୍ରସାର ଭାରତୀରେ ଆହୁରି ବହୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଲାଗି ଯୋଜନା ପ୍ରସ୍ତୁତ ହେଉଛି ।

ବିିଶେଷ ସୂତ୍ରରୁ ଜଣାଯାଇଛି କି ଡିଡି ଇଣ୍ଡିଆକୁ ୧୫ ଦେଶର ବ୍ୟୁରୋ ସହିତ ଏକ ବୈଶ୍ୱିକ ବ୍ରାଣ୍ଡ ରୂପରେ ବିକଶିତ କରିବା ଲାଗି କାମ ଚାଲିଛି । ପ୍ରସାର ଭାରତୀକୁ ଏକ ବୈଶ୍ୱିକ ସମାଚାର ସଂସ୍ଥା ରୂପରେ ବିକଶିତ କରାଯିବାକୁ ଯୋଜନା ଚାଲିଛି । ଏହା ବ୍ୟତୀତ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟରେ ଏକ ଏଆଇ ହବ୍ ନିର୍ମାଣର ଯୋଜନା ପ୍ରସ୍ତୁତ ହେଉଛି । ସାଧାରଣ ନାଗରିକଙ୍କ ପର୍ଯ୍ୟନ୍ତ ସମସ୍ତ ସରକାରୀ ଯୋଜନାର ପହଞ୍ଚ ସୁନିଶ୍ଚିତ କରିବା ନେଇ ଭାରତ ନମନ ପୋର୍ଟାଲ ଲଞ୍ଚ କରାଯିବ । ଏହା ବ୍ୟତିତ ପିଆଇବି ଫ୍ୟାକ୍ଟ ଚେକ୍ ୟୁନିଟ୍‌ର ବିସ୍ତାର କରାଯିବା ସହିତ ଫେକ୍ ନ୍ୟୁଜ୍ ଉପରେ ଲଗାମ ଲଗାଇବା ଦିଗରେ କାମ ଚାଲୁଛି । ଆଇଆଇଏମ୍‌ସିିରେ ମାଷ୍ଟର କୋର୍ସ ଆରମ୍ଭ କରାଯିବା ନେଇ ମଧ୍ୟ ଯୋଜନା ଚାଲିଛି ।
ଏଠାରେ ସୂଚାଇ ଦିଆଯାଇପାରେ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶରେ ମନ୍ତ୍ରଣାଳୟ ପକ୍ଷରୁ ମୋଦୀ ୩.୦ ଲାଗି ପ୍ରସ୍ତୁତି କରାଯାଉଛି । ମୋଦୀଙ୍କ ୧୦୦ଦିନରେ ଟାକ୍ସ ଓ ୫ ବର୍ଷୀୟ ଯୋଜନାରେ ଏହା ମଧ୍ୟ ସାମିଲ ହୋଇଛି ।

Get real time updates directly on you device, subscribe now.