fbpx

କୁତୁବ୍ ମୀନାରର ମସଜିଦରେ ନମାଜ ପାଠ ଉପରେ ଏଏସଆଇର ପ୍ରତିବନ୍ଧକ

AAKASH

କୁତୁବ୍ ମୀନାର ମାମଲାରେ ଆଜି କୋର୍ଟରେ ଶୁଣାଣି ହେବ । ଏହା ପୂର୍ବରୁ କୁତୁବ୍ ମୀନାରର ମସଜିଦର ଇମାମ ଶେର ମୋହମ୍ମଦ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଏଏସଆଇ କୁତୁବ୍ ମୀନାରରେ ନମାଜ ପଢ଼ିବା ବନ୍ଦ କରିଦେଇଛି । ଇମାମ କହିଛନ୍ତି ଯେ ମେ ୧୩ ଜୁମ୍ମା ଠାରୁ କୁତୁବ୍ ମୀନାରରେ ନମାଜ ପଢ଼ିବା ବନ୍ଦ ରହିଛିି ।

ଇମାମ କହିଛନ୍ତି ଯେ ୧୩ ଏଏସଆଇ ତାଙ୍କୁ ମନା କରିଥିଲା । ମୁଁ ତାଙ୍କୁ କହିଥିଲେ ଯେ ଆମେ କେବଳ ୪ ଜଣ ଆମକୁ ପଢ଼ିବାକୁ ଦିଅନ୍ତୁ ବାହାର ଲୋକ ଆସିବେନି କିନ୍ତୁ ସେମାନେ ମନା କରିଥଲେ ଆଉ କାରଣ ପଚାରିବାରୁ ଉପରୁ ଆଦେଶ ରହିଥିବା ନେଇ କହିଥିଲେ ।

ସୂଚନାଯୋଗ୍ୟ, କୁତୁବ୍ ମୀନାରର ମୁଖ୍ୟ ଗେଟ ଡାହାଣ ପାଖରେ ତିଆରି ହୋଇଥିବା ମୋଗଲ ସମୟର ମସଜିଦରେ ନମାଜ ହେଉଥିଲା । କୁହାଯାଉଛି ଯେ ଏବେ ଏଠାରେ ନମାଜ ଉପରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପ୍ରତିବନ୍ଧକ ଲଗାଇଛି ।  ଏଏସଆଇର ପୂର୍ବ ଅଧିକାରୀଙ୍କ ଅନୂଯାୟୀ ୨୦୧୦ ରେ କମନୱେଲଥ ଗେମ୍ସ ସମୟରେ ନମାଜ ପଢ଼ିବା ଉପରେ ରୋକ୍ ଲଗାଯାଇଥିଲା  । ଏହାପରେ ପୁଣି ୨୦୧୬ ରେ ଛୋଟ ମସଜିଦରେ ପୁଣି ଥରେ ନମାଜ ଆରମ୍ଭ ହୋଇଥିଲା । ଆରମ୍ଭରେ ଏହି ଛୋଟ ମସଜିଦରେ ୪ରୁ ୫ ଜଣ ନମାଜ ପଢ଼ୁଥିଲେ କିନ୍ତୁ ଧୀରେ ଧୀରେ ୪୦ ରୁ ୫୦ ପର୍ଯ୍ୟନ୍ତ ପହଞ୍ଚିଥିଲା । ଏହି ମସଜିଦ କୁତୁବ୍ ମୀନାର ନିର୍ମାଣ ହୋଇଥିବା ସମୟର ବୋଲି କୁହାଯାଉଛି ।

Get real time updates directly on you device, subscribe now.