fbpx

କ୍ୱାଡ ସମ୍ମିଳନୀରେ ପୁଟିନଙ୍କ ଉପରେ ବର୍ଷିଲେ ବାଇଡେନ୍, ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ କହିଲେ ଏମିତି…

AAKASH

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଙ୍ଗଳବାର ଟୋକିଓରେ ଆୟୋଜିତ କ୍ୱାଡ ବୈଠକରେ ସାମିଲ ହୋଇଛନ୍ତି । ଏହି ସମ୍ମିଳନୀରେ ବାଇଡେନ ପୁଟିନଙ୍କ ଉପରେ ବର୍ଷିଛନ୍ତି । ସେ ଋଷ-ୟୁକ୍ରେନ ଯୁଦ୍ଧର ବୈଶ୍ୱିକ କାରଣ କହିବା ସହ କହିଛନ୍ତି ଯେ ପୁଟିନ୍ ଗୋଟିଏ ସଂସ୍କୃତିକୁ ଶେଷ କରିବାକୁ ଚାହୁଛନ୍ତି । ସେ କହିଛନ୍ତି ଯେ ୟୁରୋପୀୟ ବିଷୟ ଠାରୁ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ ଏହା ଏକ ବୈଶ୍ୱିକ କାରଣ ।

ଜୋ ବାଇଡେନ ଭ୍ଲାଦିମୀର ପୁଟିନଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ଋଷ ଯୁଦ୍ଧକୁ ଯେତେ ଲମ୍ବା ସମୟ ପର୍ଯ୍ୟନ୍ତ ଜାରି ରଖିବ ଆମେ ୟୁକ୍ରେନର ସାହାଯ୍ୟ କରୁଥିବୁ । ଋଷ ୟୁକ୍ରେନକୁ ଖାଦ୍ୟ ସାମଗ୍ରୀ ରପ୍ତାନୀ କରିବାରୁ ରୋକିବା ଦ୍ୱାରା ବୈଶ୍ୱିକ ଖାଦ୍ୟ ସଙ୍କଟ ଆହୁରି ବଢ଼ିପାରେ । ଋଷ ଯେ ପର୍ଯ୍ୟନ୍ତ ୟୁକ୍ରେନ ବିରୋଧରେ ଯୁଦ୍ଧ ଜାରି ରଖିବ, ଆମେରିକା ନିଜ ସହଯୋଗୀଙ୍କ ସହ କାମ କରିବ ।

କ୍ୱାଡ ସମ୍ମିଳନୀରେ ବାଇଡେନ ଆହୁରି କହିଛନ୍ତି ଯେ ଇଣ୍ଡୋ ପାସିଫିକରେ ଆମେରିକା ଏକ ମଜବୁତ୍ ଏବଂ ସ୍ଥାୟୀ ସହଭାଗୀ ରହିବ । ଆମେ ହିନ୍ଦ୍-ପ୍ରଶାନ୍ତ ଶକ୍ତି । କ୍ୱାଡ୍ ପାଖରେ ଆଗକୁ ବହୁତ କାମ ବାକି ଅଛି । ଏହି କ୍ଷେତ୍ରକୁ ଶାନ୍ତିପୂର୍ଣ୍ଣ ଏବଂ ସ୍ଥିର ରଖିବା, ଏହି ମହାମାରୀରୁ ଲଢ଼ିବା ଏବଂ ଏହାପରେ ଜଳବାୟୁ ସଙ୍କଟକୁ ଦୂର କରିବା ପାଇଁ ଆମ ପାଖରେ ବହୁତ କାମ ରହିଛି ।

ରାଷ୍ଟ୍ରପତି ଜୋ ବାଇଡେନ କ୍ୱାଡ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱାଗତ କରିଛନ୍ତି ଏବଂ କହିଛନ୍ତି ପୁଣି ଥରେ ଦେଖାହୋଇ ଖୁସି ଲାଗିଲା ।

 

 

Get real time updates directly on you device, subscribe now.