fbpx
BSKY
BJD YOUTH SKY
BJD MS SKY

ବର୍ଷାଙ୍କୁ ଅନୁଭବଙ୍କ ଚ୍ୟାଲେଞ୍ଜ: ରିଲିଜ୍ କଲେ ୩ୟ ଭିଡିଓ, ଜାଣନ୍ତୁ ଏଥର କ’ଣ କହିଲେ

କଟକ(ଓଡ଼ିଶା ଭାସ୍କର): ଅଭିନେତା ତଥା  ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗି ରହିଛି । କୋର୍ଟକଚେରୀ ଚକ୍କରରେ ଉଭୟଙ୍କ ସମୟ ବିତୁଥିବା ବେଳେ ଏବେ ଘଟଣାରେ ଆସିଛି ନୂଆ ଟ୍ୱିଷ୍ଟ୍ । ଅନୁଭବ ଏକ ଭିଡିଓ ରିଲିଜ୍ କରି ବର୍ଷାଙ୍କ ନାଁରେ କହିଥିଲେ, ଯାହାକୁ ନେଇ ବର୍ଷା ପୁରୀଘାଟ ଥାନାରେ ଏତଲା ଦେଇଥିଲେ । ଅନୁଭବ ବାରମ୍ବାର ଭିଡିଓ ରିଲିଜ କରି ମୋ ନାରୀତ୍ୱକୁ ଅପମାନିତ କରୁଥିବା ବଷାଁ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ବର୍ଷା ଥାନାର ଦ୍ୱାରସ୍ଥ ହେବା ରେ ପୁଣି ତୃତୀୟ ଭିଡିଓ ଛାଡ଼ିଛନ୍ତି ଅନୁଭବ । ବର୍ଷାଙ୍କ ଅଭିଯୋଗକୁ ଖାରଜ କରିବା ସହ ଅନୁଭବ ପାଲଟା ଅଭିଯୋଗ ଆଣିଛନ୍ତି । ବର୍ଷାଙ୍କୁ ସତ ଶୁଣିବାକୁ ସାହସ ରଖିବାକୁ କହିଛନ୍ତି ଅନୁଭବ । ଯଦି ନିର୍ଯ୍ୟାତନା ହେଉଥିବା, ତେବେ ଚୁପ୍ କାହିଁକି ଥିଲ ବୋଲି ଅନୁଭବ ପ୍ରଶ୍ନ କରିଥିଲେ ।

ସେ ବର୍ଷାଙ୍କୁ ଡାକ୍ତରୀ ପରୀକ୍ଷା, ପଲିଗ୍ରାଫ ଓ ଭଏସ ଟେଷ୍ଟର ଚ୍ୟାଲେଞ୍ଜ ମଧ୍ୟ ଦେଇଛନ୍ତି । ଏହା ସହ ଘରେ ଅପମାନ, ମନ୍ଦିରରେ ପୂଜା କରି ଲାଭ କ’ଣ ବୋଲି ସେ କହିଛନ୍ତି । ଲଢ଼ିବି, ସୁପ୍ରିମକୋର୍ଟ ଯିବି, ସତ ସାମ୍ନାକୁ ଆଣିବି ବୋଲି ଅନୁଭବ କହିଛନ୍ତି ।

ତେବେ ବର୍ଷା ଏକ ଲିଖିତ ଅଭିଯୋଗ କରିଥିଲେ ଯେ, ଅନୁଭବ ବାରମ୍ବାର ଭିଡିଓ ଅପଲୋଡ କରି ଅଯଥା ବିବାଦ ସୃଷ୍ଟି କରୁଛନ୍ତି । ଗତ ଦୁଇଦିନ ମଧ୍ୟରେ ଅନୁଭବ ଦୁଇଟି ଭିଡିଓ ପୋଷ୍ଟ କରୁି ନିଜର ମନ କଥା କହି ଦୁହିଁଙ୍କ ମଧ୍ୟରେ ଚାଲିଥିବା ପାରିବାରିକ ବିବାଦକୁ ପୁଣି ଥରେ ଚର୍ଚ୍ଚାକୁ ଆଣିଥିଲେ । ବର୍ଷା କହିଛନ୍ତି ଯେ, ମନଗଢ଼ା କାହାଣୀ କହି ମୋତେ ଅକ୍ଷେପ କରୁଛନ୍ତି ଅନୁଭବ । ମିଥ୍ୟା ଅଭିଯୋଗ କରି ମୋ ନାରୀତ୍ୱକୁ ସେ ଅପମାନିତ କରିଛନ୍ତି । ବିବାହ ପରେ ଶାରୀରିକ ସମ୍ପର୍କ ବିଷୟରେ ମିଛ କହି ମୋ ଚରିତ୍ର ସଂହାର କରୁଛନ୍ତି । ଏହିଭଳି ଅଭିନୟ କରି ମୋତେ କଳଙ୍କିତ କରି ପ୍ରତିଶୋଧ ନେଉଛନ୍ତି । ମାମଲା କୋର୍ଟରେ ବିଚାର ଥିବା ବେଳେ ଅନୁଭବ ଭିଡିଓ କରି ଭାଇରାଲ କରୁଛନ୍ତି । ମୋ ବିରୁଦ୍ଧରେ ଅରୁଚିକର ମନ୍ତବ୍ୟ ଦେଇ ସମସ୍ତଙ୍କ ଧ୍ୟାନ ଆକର୍ଶଣ କରିବାକୁ ଚାହୁଁଛନ୍ତି ବୋଲି ବର୍ଷା ଅଭିଯୋଗ କରିଥିଲେ ।

Get real time updates directly on you device, subscribe now.