fbpx
BSKY SKY
BSKY SKY

ଏବେ ବିମାନରେ ବି ଚାଲିବ ଇଣ୍ଟରନେଟ୍, ଏହି ଏୟାରଲାଇନ ଆରମ୍ଭ କରିବ।କୁଯାଉଛି ସେବା

BSKY

ଭାରତ ଦୁନିଆରେ ସବୁଠୁ ଅଧିକ ଇଣ୍ଟରନେଟ୍ ବ୍ୟବହାର କରୁଥିବା ଦେଶ ମଧ୍ୟରୁ ଗୋଟିଏ ପାଲଟିଛି । ଭାରତରେ ଇଣ୍ଟରନେଟ୍ ଡାଟାର ବ୍ୟବହାର ବଢ଼ିଛି । ଏହାକୁ ଦୃଷ୍ଟିରେ ଏକ ପ୍ରମୁଖ ଭାରତୀୟ ଏୟାରଲାଇନ୍ସ କମ୍ପାନୀ ସ୍ପାଇସଜେଟ୍ କହିଛି ଯେ ଖୁବଶୀଘ୍ର ଏହାର ବିମାନରେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ଆଣିବାକୁ ଯୋଜନା କରୁଛି ।

ସୋମବାର ଏୟାରଲାଇନ୍ସର ୧୭ ବର୍ଷ ପୂର୍ତ୍ତି ଅବସରରେ ଏହି ସୂଚନା ଦେବା ସହ ନୂଆ ବୋଇଂ ୭୩୭ ମ୍ୟାକ୍ସ ବିମାନ ସାମିଲ କରିବା ନେଇ କହିଛନ୍ତି ସ୍ପାଇସଜେଟର ଚେୟାରମ୍ୟାନ୍ ଅଜୟ ସିଂହ  ।

ସେ କହିଛନ୍ତି ଚଳିତ ବର୍ଷରେ କମ୍ପାନୀ ଏହାର ନେଟୱର୍କରେ ନୂଆ ଉତ୍ପାଦ ଯୋଡ଼ିବାକୁ ଯାଉଛି । ନିକଟରେ ସ୍ପାଇସକ୍ଲବ ତରଫରୁ ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡ ମଧ୍ୟ ଲଞ୍ଚ କରାଯାଇଥିଲା । ଏହି ଅବସରରେ ସେ କହିଥିଲେଯେ ଏୟାରଲାଇନ ନିଜ ବିମାନରେ ଖୁବଶୀଘ୍ର ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସେବା ଆରମ୍ଭ କରିବ ।

ସ୍ପାଇସଜେଟର ୱେବସାଇଟ ଅନୁଯାୟୀ ଏୟାରଲାଇନ ପାଖରେ ୯୧ ବିମାନ ରହିଛି, ଯେଉଁଥିରେ ୧୩ ମ୍ୟାକ୍ସ ବିମାନ, ଏବଂ ୪୬ ବୋଇଂ ୭୩୭ ପୁରୁଣା ମଡେଲ ରହିଛି ।

 

Get real time updates directly on you device, subscribe now.