fbpx

ମେଣ୍ଢା ଉପରେ ହତ୍ୟା ଅଭିଯୋଗ, କୋର୍ଟ ଶୁଣାଇଲେ ଅଜବ ଦଣ୍ଡାଦେଶ

ଦକ୍ଷିଣ ସୁଡ଼ାନରେ ରୁମ୍ବେକ ଇଷ୍ଟ କାଉଣ୍ଟରେ ୪୦ ବର୍ଷୀୟା ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ମାମଲାରେ ଅଭିଯୁକ୍ତ ମେଣ୍ଢାକୁ ୩ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ଘଟଣା ଏହି ମାସ ଆରମ୍ଭରେ ଘଟିଥିଲା । ଏହି ଅଜବ ଦଣ୍ଡ ଦିଆଯିବା ପୂର୍ବରୁ ମେଣ୍ଢାକୁ ଏକ ସପ୍ତାହ ପର୍ଯ୍ୟନ୍ତ ବନ୍ଦୀ କରି ରଖାଯାଇଥିଲା ।

ରିପୋର୍ଟ ଅନୁଯାୟୀ, ସ୍ଥାନୀୟ ଆଉଟଲେଟ୍ ସୁଡାନ୍ ଟୁଡେ କହିଛି ଯେ ମେଣ୍ଢା ନିଜ ଶିଙ୍ଗ ସାହାଯ୍ୟରେ ମହିଳାଙ୍କୁ ବାରମ୍ବାର ଆକ୍ରମଣ କରିଥିଲା । ମହିଳା ଜଣ ବେହୋସ୍ ହେବା ପର୍ଯ୍ୟନ୍ତ ମେଣ୍ଢାଟି ତାଙ୍କୁ ଶିଙ୍ଗରେ ଭୁଶିଥିଲା । ଏହା ପରେ ଗୁରୁତର ମହିଳାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏହି ମେଣ୍ଢାକୁ ଏବେ ରାଜ୍ୟର ଇଡୁଏଲ୍ କାଉଣ୍ଟି ମୁଖ୍ୟାଳୟରେ ଏକ ସାମରିକ ଶିବିରରେ ୩ ବର୍ଷ ରଖାଯିବ । ଅନ୍ୟପଟେ ମେଣ୍ଢାକୁ ଦଣ୍ଡ ମିଳିବା ସହ ତାର ମାଲିକଙ୍କୁ ମଧ୍ୟ ଦଣ୍ଡିତ କରାଯାଇଛି । ପୀଡିତାଙ୍କ ପରିବାରଙ୍କ ପରିବାରକୁ ୫ଟି ଗାଈ ଜୋରିମାନା ବାବଦରେ ଦେବାକୁ ଆଦେଶ ଦିଆଯାଇଛି ।

ରିପୋର୍ଟ ଅନୁସାରେ, ମେଣ୍ଢାଟି ମୁକ୍ତ ହେବା ପରେ ବି ତାକୁ ମାଲିକଙ୍କୁ ନିଆଯିବ ନାହିଁ । କାହିଁକି କିନା ଲେକ ଷ୍ଟେଟରେ ଆଇନ ଅଛି କି, କୌଣସି ବ୍ୟକ୍ତିଙ୍କୁ ମାରିଥିବା ପଶୁକୁ ମୃତକଙ୍କ ପରିବାରକୁ ଦିଆଯାଏ ।

Get real time updates directly on you device, subscribe now.