fbpx
BJD
BJD SKY
BJD SKY

ବିବାଦ ଘେରରେ ଫିଲ୍ମ ‘ଅନ୍ନପୂର୍ଣ୍ଣୀ’, ନୟନତାରାଙ୍କ ନାଁରେ ମାମଲା ରୁଜୁ

ଭୋପାଲ: ନୀଲେଶ କ୍ରିଷ୍ଣାଙ୍କ ନିର୍ଦ୍ଦେଶିତ ତାମିଲ ଫିଲ୍ମ ‘ଅନ୍ନପୂର୍ଣ୍ଣୀ’କୁ ନେଇ ବିବାଦ ଘନେଇବାରେ ଲାଗିଛି । ଗତ ଡିସେମ୍ବର ୧ରେ ଏହି ଫିଲ୍ମ ଥିଏଟରରେ ରିଲିଜ ହୋଇଥିବା ବେଳେ ଡିସେମ୍ବର ୨୯ରେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ ହୋଇଥିଲା । ଏହା ଏକ ହିନ୍ଦୁ ଧର୍ମ ବିରୋଧି ଫିଲ୍ମ ଏବଂ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏନେଇ ସୋସିଆଲ ମିଡ଼ିଆ ବ୍ୟବହାରକାରୀମାନେ ତୀବ୍ର ପ୍ରତିକ୍ରିଆ ବ୍ୟକ୍ତ କରିଥିଲେ । ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ନୟନତାର ଅଭିନୟ କରିଥିବା ବେଳେ ତାଙ୍କ ବିରୋଧରେ ମଧ୍ୟପ୍ରଦେଶ ସ୍ଥିତ ଜବଲପୁରରେ ମାମଲା ରୁଜୁ ହୋଇଛି ।

‘ଅନ୍ନପୂର୍ଣ୍ଣୀ’ ଫିଲ୍ମରେ ଦେଖାଯାଇଥିବା କାହାଣୀକୁ ନେଇ କେତେଜଣ ଆପତ୍ତି ଉଠାଇଛନ୍ତି । ବନବାସ ସମୟରେ ଭଗବାନ ରାମ, ସୀତା ଓ ଲକ୍ଷ୍ମଣ ଅମିଷ ଭୋଜନ କରୁଥିବା ନେଇ ଫିଲ୍ମର ଏକ ଦୃଶ୍ୟରେ ଦର୍ଶାଯାଇଛି । ସୋସିଆଲ ମିଡ଼ିଆରେ ଏହି ଫିଲ୍ମକୁ ନେଇ ଜୋରଦାର ହଙ୍ଗାମା ହେବା ପରେ ନେଟଫ୍ଲିକ୍ସ ମଧ୍ୟ ଏହି ଫିଲ୍ମକୁ ହଟାଇ ଦେଇଛି । କେତେଜଣ ବୟକଟ୍ ନେଟ୍ଫ୍ଲିକ୍ସକୁ ହ୍ୟାଶଟ୍ୟାଗ୍ ଭାବରେ ବ୍ୟବହାର କରି ଟ୍ରେଣ୍ଡ କରିଥିବାର ନଜର ରହିଛି । ତେବେ ଏହି ଫିଲ୍ମକୁ ନେଇ ମୁମ୍ବାଇରେ ମଧ୍ୟ ବଜରଂଗ ଦଳ ଏବଂ ହିୁ ଆଇଟି ସେଲ ପକ୍ଷରୁ ଏତଲା ଦାୟର ହୋଇଛି । ଏହି ଏତଲାରେ ନୟନତାରାଙ୍କ ସମେତ ନିର୍ଦ୍ଦେଶକ ନୀଲେଶ କ୍ରିଷ୍ଣା, ପ୍ରଜୋଜକ ଜତିନ ସେଠୀ ଏବଂ ଆର୍ ରବିଦ୍ରନ୍ ଏବଂ ନେଟଫ୍ଲିକ୍ସ୍ ଇଣ୍ଡିଆର କଣ୍ଟେଣ୍ଟ ପ୍ରମୁଖ ମୋନିକା ଶେରଗିଲଙ୍କ ନାଁ ସାମିଲ ଅଛି ।

Get real time updates directly on you device, subscribe now.