fbpx

ମରୁଭୂମି ପାଲଟିଗଲା ପୂରା ବରଫ: ଏଠାରେ ମଧ୍ୟ ଶୀତ ଭାଙ୍ଗିଲା ସବୁ ରେକର୍ଡ଼

ନୂଆଦିଲ୍ଲୀ: ଉତ୍ତର ଭାରତରେ ଶୀତର ପ୍ରକୋପ ଜାରି ରହିଛି । ଦିଲ୍ଲୀରେ ଶୀତ ଲହର ଗତକାଲି ସମସ୍ତ ରେକର୍ଡ଼ ଭାଙ୍ଗିଛି । କାରଣ ଶୁକ୍ରବାର ଦିନ ଦିଲ୍ଲୀରେ ସବୁଠାରୁ ଥଣ୍ଡା ଦିନ ରହିଥିଲା । ଥଣ୍ଠା ପଦନ ସହିତ ଗତକାଲି ଏଠାରେ ତାପମାତ୍ରା ୩.୯ ଡିଗ୍ରି ରହିଥିଲା । ଏପରିକ୍ି ରାଜସ୍ଥାନର ସୀକରରେ ତାପମାତ୍ରା -୦.୫ ଡିଗ୍ରି ରହିଥିଲା । ଏହା ସହିତ ପଞ୍ଜାବ, ଉତ୍ତରପ୍ରଦେଶ, ହରିୟାଣାରେ ମଧ୍ୟ ସମାନ ସ୍ଥିତି ଉପୁଜିଛି ।

ପାଣିପାଗ ବିଭାଗ ଅନୁଯାୟୀ, ଦିଲ୍ଲୀରେ ପାରଦ ୩.୯ ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ ଖସିଛି । ଏହା ସହିତ ବିଗତ ୫ ବର୍ଷ ମଧ୍ୟରେ ସବୁଠାରୁ କମ ତାପମାତ୍ରା ରେକର୍ଡ଼ କରାଯାଇଛି । ଏହା ସହିତ ଘନ କୁହୁଡ଼ି କାରଣରୁ ରାସ୍ତା ମଧ୍ୟ ଦୃଶ୍ୟମାନ ହେଉନାହିଁ । ସେହି କାରଣରୁ ଦିଲ୍ଲୀ ଯିବା ଆସିବା କରୁଥିବା ୨୩ଟି ଟ୍ରେନକୁ କିଛି ଦିନ ତଳେ ବାତିଲ କରାଯାଇଥିଲା ।

Skymetର ରିପୋର୍ଟ ଅନୁଯାୟୀ, ପଞ୍ଜାବ ଏବଂ ହରିୟାଣାରୁ ପ୍ରବାହିତ ହେଉଥିବା ଶୁଷ୍କ ଏବଂ ଥଣ୍ଡା ପବନ କାରଣରୁ ରାଜସ୍ଥାନର କିଛି ଅଂଶରେ ତାପମାତ୍ରା ବିଯୁକ୍ତରେ ପହଞ୍ଚିଛି । ରାଜସ୍ଥାନର ମରୁଭୂମି ଅଞ୍ଚଳରେ ବରଫରେ ଢାଙ୍କି ହୋଇଛି । ତେବେ ରାଜସ୍ଥାନରେ ପ୍ରଥମ ଥର ତାପମାତ୍ରା ଶୂନ୍ୟରୁ ତଳକୁ ଯାଇଛି ।

ଏହା ସହିତ ଭୂସ୍ୱର୍ଗ କାଶ୍ମୀରରେ ମଧ୍ୟ ପ୍ରଚଣ୍ଡ ଶୀତ ଲହର ଜାରି ରହିଛି । ଏଠାରେ ମଧ୍ୟ ପାଣିପାଗରେ କୌଣସି ପରିବର୍ତ୍ତନ ନଆସିବା କାରଣରୁ ଶୀତଲହର ଜାରି ରହିବା ନେଇ ସତର୍କ ସୂଚନା ଜାରି କରାଯାଇଛି । ଏହା ସହିତ କାଶ୍ମୀରରେ ମଧ୍ୟ ତାପମାତ୍ରା ଶୂନରୁ ତଳେ ରହିଥିବା ରେକର୍ଡ଼ କରାଯାଇଛି । ଗୁଲମାର୍ଗରେ ଗତକାଲି -୩.୫ ଡିଗ୍ରି ରେକର୍ଡ଼ କରାଯାଇଥିବା ପାଣିପାଗ ବିଭାଗ କହିଛି ।

Get real time updates directly on you device, subscribe now.