fbpx
BJD SKY
BJD SKY

ଏଲପିଜି ସିଲିଣ୍ଡର ଯୁଗ ସରିବ, ଏଣିକି ଘରେ ଘରେ ପାଇପ୍ ଲାଇନରେ ପହଞ୍ଚିବ ଶସ୍ତା ରୋଷେଇ ଗ୍ୟାସ୍: କେନ୍ଦ୍ରମନ୍ତ୍ରୀ

BJD

ନୂଆଦିଲ୍ଲୀ: ରୋଷେଇ ଗ୍ୟାସକୁ ନେଇ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ଯାଉଛନ୍ତି । ଉଜ୍ଜ୍ୱଳା ଯୋଜନା ଅଧୀନରେ ପ୍ରତ୍ୟେକ ଲୋକଙ୍କ ଘରେ ଏଲପିଜି ପହଞ୍ଚାଇବା ଲକ୍ଷ୍ୟରେ କେନ୍ଦ୍ର ସରକାର ଗ୍ୟାସ୍ ପାଇପ୍ ଲାଇନର ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଏନେଇ ରାଜ୍ୟସଭାରେ ପ୍ରଶ୍ନକାଳରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ସୂଚନା ଦେଇଛନ୍ତି ।

ଶ୍ରୀ ପୁରୀ କହିଛନ୍ତି ଯେ, ଗ୍ୟାସ୍ ପାଇପ୍ ଲାଇନର ବିସ୍ତାର ପରେ ଭାରତର ୮୨ ପ୍ରତିଶତରୁ ଅଧିକ ଭୂମି କ୍ଷେତ୍ର ଓ ୯୮ ପ୍ରତିଶତ ଜନସଂଖ୍ୟାଙ୍କୁ ଏଲପିଜି ଯୋଗାଇ ଦିଆଯିବ । ଗ୍ୟାସ ପାଇପଲାଇନ ବିଛାଇବା ଓ ଏହାର ବିସ୍ତାର କାର୍ଯ୍ୟ ପାଇଁ ଆସନ୍ତା ମେ ମାସ ୧୨ ତାରିଖରୁ ନିଲାମ ପ୍ରକ୍ରିୟା ଆରମ୍ଭ ହେବ । ପୂର୍ବୋତ୍ତର କ୍ଷେତ୍ର ଓ ଜମ୍ମୁ କଶ୍ମୀର ପରି ଦୁର୍ଗମ ଅଞ୍ଚଳର ଲୋକମାନେ ଏହି ସୁବିଧାରୁ ବଞ୍ଚିତ ହୋଇପାରନ୍ତି । ଏଲପିଜି ସିଲିଣ୍ଡର ତୁଳନାରେ ପାଇପ୍ ମାଧ୍ୟମରେ ମିଳୁଥିବା ରୋଷେଇ ଗ୍ୟାସ୍ ଅଧିକ ଶସ୍ତା ଓ ଅଧିକ ଉପଭୋକ୍ତା ଅନୁକୂଳ ହେବ ।

କୋଭିଡ୍ ମହାମାରୀ ସମୟରେ ଉଜ୍ଜ୍ୱଳା ଯୋଜନାର ଲାଭାର୍ଥୀମାନଙ୍କୁ ମାଗଣାରେ ଏଲପିଜି ସିଲିଣ୍ଡର ଯୋଗାଇ ଦିଆଯାଇଥିଲା । ଆଜି ଦେଶରେ ଗ୍ୟାସ୍ ସିଲିଣ୍ଡର ସଂଖ୍ୟା ୩୦ କୋଟିରେ ପହଞ୍ଚିଥିବା ବେଳେ ୨୦୧୪ରେ ମାତ୍ର ୧୪ କୋଟି ଥିଲା । ଆଗକୁ ଦେଶରେ ୧୦୦୦ଟି ଏଲଏନଜି ଷ୍ଟେସନ ନେଇ ପ୍ରସ୍ତାବ ଦିଆଯାଇଥିବା ବେଳେ ଆଗାମୀ କିଛି ବର୍ଷରେ ୫୦ଟି ଷ୍ଟେସନ ପ୍ରସ୍ତୁତ ହୋଇଯିବ ।

Get real time updates directly on you device, subscribe now.