fbpx

ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି UPSC ଟପର IAS ଟିନା ଡାବି, ଜାଣନ୍ତୁ କାହାସହ ପଡିବ ହାତଗଣ୍ଠି?

ନୂଆଦିଲ୍ଲୀ: ରାଜସ୍ଥାନ କ୍ୟାଡରର ୨୦୧୬ ବ୍ୟାଚର UPSC ଟପର IAS ଟିନା ଡାବି ଦ୍ୱିତୀୟ ଥର ବିବାହ କରିବାକୁ ଯାଉଛନ୍ତି । ୨୦୧୩ ବ୍ୟାଚର ଆଇଏଏସ ପ୍ରଦୀପ ଗୱାଣ୍ଡେଙ୍କ ସହ ତାଙ୍କର ହାତଗଣ୍ଠି ପଡିବାକୁ ଯାଉଛି । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଉଭୟ ଆଇଏଏସ ଏପ୍ରିଲ ୨୨ରେ ଜୟପୁରର ଏକ ଘରୋଇ ହୋଟେଲରେ ବିବାହ କରିବେ । ଉଭୟ ଟିନା ଡାବି ଓ ପ୍ରଦୀପ ଗାୱାଣ୍ଡେ ଇନଷ୍ଟାଗ୍ରାମରେ ଏକାସାଙ୍ଗରେ ଫଟୋ ସେୟାର କରିଛନ୍ତି । ଦୁହେଁ ନାଲି ରଙ୍ଗର ପୋଷାକରେ ନଜର ଆସିଛନ୍ତି ।

 

View this post on Instagram

 

A post shared by Tina Dabi (@dabi_tina)

ତେବେ ଟିନା ଡାବି ୨୦୧୮ ମସିହାରେ ଅତହର ଖାନଙ୍କ ସହ ବିବାହ କରିଥିଲେ । କିନ୍ତୁ ତାଙ୍କ ବିବାହ ୨ ବର୍ଷରୁ ଅଧିକ ଚାଲିନଥିଲା ଓ ପରେ ୨୦୨୦ରେ ଦୁହେଁ ଛାଡ଼ପତ୍ର ନେଇଥିଲେ । ଛାଡ଼ପତ୍ରର ୨ ବର୍ଷ ପରେ ଟିନା ପୁଣି ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅନ୍ୟପଟେ ପ୍ରଦୀପ ଗୱାଣ୍ଡେଙ୍କ ଜନ୍ମ ୯ ଡିସେମ୍ବର ୧୯୮୦ରେ ମହାରାଷ୍ଟ୍ରରେ ହୋଇଥିଲା । ସେ ଚୁର ଜିଲ୍ଲାର କଲେକ୍ଟର ଭାବେ କାର୍ଯ୍ୟ କରିଛନ୍ତି । ୟୁପିଏସସି ପରୀକ୍ଷା କ୍ଲିୟର କରିବା ପୂର୍ବରୁ ପ୍ରଦୀପ ଏମବିବିଏସ ଥିଲେ ।

Get real time updates directly on you device, subscribe now.