fbpx

କେବଳ ମଣିଷଙ୍କଠାରେ ନୁହେଁ, ସମୁଦ୍ର ତଳେ ବି ବ୍ୟାପିଛୁ ଏକ ଭୟଙ୍କର ମହାମାରୀ

ପୃଥିବୀ ଉପରେ କରୋନା ଭାଇରସ୍ ଲୋକମାନଙ୍କୁ ହଇରାଣ କରୁଥିବା ବେଳେ ସମୁଦ୍ର ଭିତରେ ମଧ୍ୟ ଗୋଟିଏ ଭୟଙ୍କର ମହାମାରୀ ବ୍ୟାପିବାରେ ଲାଗିଛି । ସମୁଦ୍ର ଓ ତାର ଗତିବିଧି ଉପରେ ଅଧ୍ୟୟନ କରୁଥିବା ବୈଜ୍ଞାନିକମାନେ ଏନେଇ କହିଛନ୍ତି ଯେ, ପ୍ରାୟ ୫୦ ବର୍ଷ ରେ ପ୍ରଥମ ଥର ପାଇଁ ସମୁଦ୍ର ଭିତରେ ଏତେ ବଡ ମହାମାରୀକୁ ଦେଖିବାକୁ ମିଳିଛି । ଏହି ମହାମାରୀ ଯେଉଁ ଜୀବ ମାଧ୍ୟମରେ ବ୍ୟାପୁଛି ତାର ନାମ କୋରଳ ରୀଫ । ତେବେ କୋରଳ ରୀଫ ଯେଉଁ ରୋଗ କବଜାରେ ଆସିଛିି, ତାହାର ନାମ ହେଉଛି ଷ୍ଟୋନୀ କୋରଳ ଟିସୁ ଲସ୍ ଡିଜିସ୍ ବା ଏସସିଟିଏଲଡି ।

ଆମେରିକାର ଥାମସ ସମୁତ୍ର ତଳେ ଥିବା କୋରଳ ରୀଫ ଏହି ରୋଗରେ ବେଶି ଆକ୍ରାନ୍ତ ହେବାରେ ଲାଗିଛି । ଏହି ରୋଗ ବହୁ ଶୀଘ୍ର ବଢୁଥିବାରୁ ଏନେଇ ବୈଜ୍ଞାନିକମାନଙ୍କୁ ଚିନ୍ତା ବଢିଯାଇଛି । ଏହା ସହ ୨୨ ପ୍ରଜାତି ମଧ୍ୟ ଏଥିରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି । ୧୯୭୦ ଦଶକରେ ହ୍ୱାଇଟ ବୈଡ ରୋଗ ସଂସ୍ପର୍ଶରେ ଆସି ସମୁଦ୍ର ମଧ୍ୟରେ ଥିବା କୋରଳ ରୀଫର ୨ ଟି ପ୍ରଜାତି ନଷ୍ଟ ହୋଇଥିଲେ । କିନ୍ତୁ ଏଥର ଏସସିଟିଏଲଡି କୋରଳ ରୀଫର ୨୨ଟି ପ୍ରଜାତିକୁ ନିଜ କବଜାକୁ ନେବାରେ ଲାଗିଛି । ଚିନ୍ତାର ବିଷୟ ଏହି କି ଯେ, ଏହି ରୋଗକୁ ରୋକିବା ପାଇଁ ବୈଜ୍ଞାନିକମାନଙ୍କ ପାଖରେ କୌଣସି ଉପାୟ ନାହିଁ । ଏହି ରୋଗର ଆରମ୍ଭରେ କୋରଳ ରଫର ଉପର ରଙ୍ଗ ଧଳା ହୋଇଯିବ । ଏହା ପରେ କୋରଳର ରଙ୍ଗ ବଦଳିଯିବ ଓ ତାହା ନଷ୍ଟ ହେବାରେ ଲାଗିବ ।

Get real time updates directly on you device, subscribe now.