fbpx

୭୪ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୪ଜଣ ପଶ୍ଚିମବଙ୍ଗରୁ ଫେରିଛନ୍ତି: ବାଗଚୀ

ଭୁବନେଶ୍ୱର, ୨୦ା୪(ଓଡ଼ିଶା ଭାସ୍କର): ରାଜ୍ୟର କରୋନା ସମ୍ପର୍କିତ ତାଜା ସୂଚନା ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଯୁଦ୍ଧ ଲଢ଼ିବା ପାଇଁ ଏକ ଐତିହାସିକ ନିଷ୍ପତ୍ତି ନେଇଥିଲେ । ସରପଞ୍ଚମାନଙ୍କୁ ଜିଲ୍ଳାପାଳଙ୍କ କ୍ଷମତା ଦେବା ନିଷ୍ପତ୍ତି ନେଇଥିଲେ । ଏହାସହ ରାଜ୍ୟରେ ଚିହ୍ନଟ ହୋଇଥିବା ୭୪ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୪ଜଣ ପଶ୍ଚିମବଙ୍ଗରୁ ଫେରିଛନ୍ତି । ପଞ୍ଚାୟତ ଅନୁଷ୍ଠାନ ଉପରେ ସରକାରଙ୍କ ଅଗାଧ ବିଶ୍ୱାସ ରହିଛି । ପ୍ରତ୍ୟେକ ପଞ୍ଚାୟତରେ କରୋନା ମୁକାବିଲା ପାଇଁ ବ୍ୟବସ୍ଥା ହୋଇଛି । ତାଲାବନ୍ଦ ପରେ ବାହାରେ ଥିବା ଓଡ଼ିଆଙ୍କୁ ଆଣିବା ବ୍ୟବସ୍ଥା କରାଯିବ । ବାହାରୁ ଫେରିବା ଲୋକେ ୧୪ଦିନ ସଙ୍ଗରୋଧରେ ରହିବେ । ସଙ୍ଗରୋଧ ଅବଧି ସରିବା ପରେ ସରକାର ଆର୍ଥିକ ସହାୟତା ରାଶି ମଧ୍ୟ ଦେବେ । ଅବରୋଧ ଅଞ୍ଚଳର ଲୋକଙ୍କ ସହଯୋଗ କରିଥିବାରୁ ସେମାନଙ୍କୁ ବାଗଚୀ ଧନ୍ୟବାଦ ଦେଇଛନ୍ତି ।
ଏହାସହ ବିଶ୍ୱରେ ୨୪ଲକ୍ଷ ୧୮ହଜାର ୫୫୯ ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଭାରତରେ ୧୭ହଜାର ୨୬୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମୁଦାୟ ୪ଲକ୍ଷ ୧୫ଶହ ୮୬ନମୁନା ପରୀକ୍ଷା ହୋଇଥିଲା । ସେହିପରି ଓଡ଼ିଶାରେ ୭୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
କରୋନା କିପରି ବ୍ୟାପିଥାଏ ଏହାକୁ ବୁଝେଇ କହିଛନ୍ତି ବାଗଚୀ । କରୋନା ଭୂତାଣୁ ନାକ ପାଟି ଦେଇ ଶରୀରରେ ପ୍ରବେଶ କରିଥାଏ । ଫୁସଫୁସକୁ ଅକ୍ତିଆର କରିବା ପରେ ନୂଆ ଭୂତାଣୁ ସୃଷ୍ଟି କରିଥାଏ । ସଂଖ୍ୟାଧିକ ଭୂତାଣୁ ଫୁସଫୁସର ରକ୍ତ ସଞ୍ଚାଳନକୁ ରୋକିଥାଏ । ଶେଷକୁ ସେ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳ ଲୋକେ ସାମାଜିକ ଦୂରତାକୁ ବୁଝିଛନ୍ତ ବୋଲି କହିଛନ୍ତିି । କିନ୍ତୁ ଦୁଃଖର ବିଷୟ ଯେ ସହରାଞ୍ଚଳର ଲୋକଙ୍କୁ ଏବେ ବି ସାମାଜିକ ଦୂରତା ବୁଝାଇବାକୁ ପଡ଼ୁଛି ବୋଲି ବାଗଚୀ କହିଛନ୍ତି ।

Get real time updates directly on you device, subscribe now.