fbpx
BJD SKY
BJD SKY

କିଡ୍‌ନୀ ରୋଗକୁ ଦୂର କରିଥାଏ ମକା : ଜାଣନ୍ତୁ ଏହାର ଅନ୍ୟ ଫାଇଦା

BJD

ମକା ଖାଲି ପାଟିକୁ ସୁଆଦିଆ ନୁହେଁ, ଏଥିରେ ନାନା ଔଷଧୀୟ ଗୁଣ ଭରି ରହିଛି। ମକାକୁ ପାଣିରେ ଭଲ ଭାବରେ ଫୁଟାଇ ସେହି ପାଣିକୁ ଛାଣି ନିଅନ୍ତୁ। ଏଥିରେ ପ୍ରୋଟିନ୍‌, କାର୍ବୋହାଇଡ୍ରେଟ, ଫାଇବର, ଭିଟାମିନ, ଖଣିଜ ଏବଂ ଆଣ୍ଟିଅକ୍ସିଡେଣ୍ଟ ଭରପୂର ମାତ୍ରାରେ ରହିଛି। ମକା ଆମ ପାଚନ ଶକ୍ତିକୁ ସକ୍ରିୟ କରେ। ଏଥିସହ ଏହା ଆମକୁ ଅନେକ ପ୍ରକାରର ରୋଗରୁ ମଧ୍ୟ ରକ୍ଷା କରେ।ଏଥିରେ ମହୁ କିମ୍ବା ଚିନି ମିଶାଇ ସେବନ କରନ୍ତୁ। ଯାହାକି କିଡ୍‌ନୀ ରୋଗକୁ ଦୂର କରିଥାଏ ।

– ଭଜା ମକା ଖାଇବା ଦ୍ୱାରା ଦାନ୍ତ ଏବଂ ମାଢ଼ି ମଜଭୁତ ହୋଇଥାଏ। ମକା ଲାଳ ତିଆରି କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଯାହା ପାଟି ଏବଂ ଦାନ୍ତର ଦୁର୍ଗନ୍ଧକୁ ମଧ୍ୟ ଦୂର କରିଥାଏ।

– ମକା ଭଜା କୋଲେଷ୍ଟରଲ ନିୟନ୍ତ୍ରଣ କରିଥାଏ। ହାର୍ଟରୋଗୀଙ୍କ ପାଇଁ ମକା ସବୁଠୁ ଉପକାରୀ। ଏହା ଚର୍ବି କମ୍‌ କରିଥାଏ।

– ଯଦି ମୁହଁରେ ବ୍ରଣ ହେଉଥାଏ ତେବେ ମକାକୁ ମଇଦା ପାଣିରେ ମିଶାଇ ହାଲୁକା ଭାବରେ ଲଗାଇଲେ ଏଥିରୁ ମୁକ୍ତି ମିଳେ।

– ମକା ମଞ୍ଜି ଗୋଡ଼ଫଟା ସମସ୍ୟାରୁ ମୁକ୍ତି ଦିଏ। କଞ୍ଚା ମକାରୁ ଡାଲି ପ୍ରସ୍ତୁତ କରି ଏହାକୁ ଗୋଡ଼ରେ ଲଗାନ୍ତୁ । ଫାଟିଥିବା ଗୋଇଠି ପୁଣି ନରମ ହୋଇଯିବ।

– ସୁଇଟ୍‌ କର୍ଣ୍ଣ ବା ମକାରେ ଭିଟାମିନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହା ଆମ ଆଖି ପାଇଁ ବେଶ ଲାଭଦାୟକ । ମକା ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ବଢ଼ିଥାଏ। ମକାରେ କାରୋଟିନଏଡ୍ ଥାଏ, ଏହା ଦୃଷ୍ଟି ଶକ୍ତିକୁ ବଢ଼ାଇବାରେ ସାହାଯ୍ୟ କରେ।

– ମକା ଖାଇବା ଦ୍ୱାରା ହଜମ ଶକ୍ତି ବୃଦ୍ଧି ହୋଇଥାଏ। ଏହାକୁ ନିଜ ଖାଦ୍ୟରେ ସାମିଲ କରି ଆପଣ କୋଷ୍ଟକାଠିନ୍ୟ, ଗ୍ୟାସ୍, ଅମ୍ଳତା ସମସ୍ୟାରୁ ମୁକ୍ତି ପାଇପାରିବେ।

– ଓଜନ କମାଇବାରେ ବି ସାହାଯ୍ୟ କରେ ମକା। ଏହାକୁ ଖାଇବା ଦ୍ୱାରା ଶୀଘ୍ର ପେଟ ପୂରିଯାଏ ଏବଂ ସହଜରେ ଭୋକ ହୁଏନି। ମକାରେ ଫ୍ୟାଟ୍‌ ଅଂଶ ବହୁତ କମ୍‌ ଥାଏ, ତେଣୁ ଏହା ଓଜନ କମାଇବରେ ସହାୟକ ହୋଇଥାଏ।

– ସୁଇଟ୍‌ କର୍ଣ୍ଣ ବା ମିଠା ମକା ଖାଇବା ଦ୍ୱାରା ଏନିମିଆ ତଥା ରକ୍ତହୀନତାର ଆଶଙ୍କା କମିଯାଏ। ମକରରେ ଭିଟାମିନ୍ B12, ଫୋଲିକ୍ ଏସିଡ୍ ଏବଂ ଆଇରନ୍ ଥାଏ। ଏହାକୁ ଖାଇବା ଦ୍ୱାରା ଶରୀରରେ ରକ୍ତ ଅଭାବ ଦୂର ହୋଇଥାଏ।

Get real time updates directly on you device, subscribe now.