fbpx
BJD
BJD SKY
BJD SKY

ଭାରତରେ କମିଲା କରୋନା ସଂକ୍ରମଣ

ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ ଉଭୟ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଗତକାଲି ଅପେକ୍ଷା ସାମାନ୍ୟ ହ୍ରାସ ପାଇଥିବା ଜଣାପଡ଼ିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୬୧୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୨୨ ହଜାର ୫୧୨କୁ ବୃଦ୍ଧି ପାଇଛି । ଦିନକରେ ୧ ଲକ୍ଷ ୭୩ ହଜାର ୭୯୦ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୭୭ ଲକ୍ଷ ୨୯ ହଜାର ୨୪୭କୁ ବୃଦ୍ଧି ପାଇଛି । ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୨ ଲକ୍ଷ ୨୮ ହଜାର ୭୨୪ ଜଣ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୨ କୋଟି ୫୧ ଲକ୍ଷ ୭୮ ହଜାର ୧୧ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୨୦ କୋଟି ୮୯ ଲକ୍ଷ ୨ ହଜାର ୪୪୫ ଜଣଙ୍କୁ ଟିକା ପ୍ରଦାନ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.