fbpx

ଆଜି ବସିବ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର, (ଓଡିଶା ଭାସ୍କର): ଆଜି ବସିବ ମନ୍ତ୍ରୀ ପରିଷଦ ବୈଠକ ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ଣ ସାଢ଼େ ୫ଟାରେ ମନ୍ତ୍ରୀ ପରିଷଦ ବୈଠକ ବସିବ ବୋଲି ସୂଚନା ମିଳିଛି ।  ବୈଠକରେ କରୋନା ସହ ବାତ୍ୟା ମୁକାବିଲା ନେଇ ଆଲୋଚନା ହେବାର ସମ୍ଭାବନା ରହିଛି । ରାଜ୍ୟ ସରକାରଙ୍କ ପଞ୍ଚମ ପାଳିର ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ଏହି ବୈଠକ ବସିବ ବୋଲି ଜଣାପଡ଼ିଛି ।
ସରକାର ଗଠନ ହେବା ପରେ ଫଣି, ୟଶ୍ ପରି ମହାମାରୀ ରାଜ୍ୟରେ ଧ୍ୱଂସଲୀଳା ଦେଖାଇଛନ୍ତି । ତେଣୁ ଏହି ବିପତ୍ତି ମଧ୍ୟରେ ସରକାର ଓ ପ୍ରଶାସନର ଆଗାମୀ ଆଭିମୁଖ୍ୟ କ’ଣ ରହିବ, ସେଇ ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେବାର ସମ୍ଭାବନା ରହିଛି । ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଛି । କୋଭିଡର ପରବର୍ତ୍ତୀ ଲହରରେ ଶିଶୁମାନେ ବେଶି ଆକ୍ରାନ୍ତ ହେବାର ସମ୍ଭାବନା ରହିଛି । ତେଣୁ ଶିଶୁଙ୍କୁ ମୁକ୍ତ ରଖିବା ବଡ଼ ଆହ୍ୱାନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.