fbpx

କରୋନା ପ୍ରଭାବ: ଭାରି ପଡିଲା ଟିକ୍ ଟକ୍ ଭିଡିଓ, ବାନ୍ଧିନେଲା ପୋଲିସ

ସାରା ଦେଶରେ କରୋନା ଭାଇରସର ପ୍ରଭାବ ଜାରି ରହିଥିବା ବେଳେ ଲୋକଙ୍କ ମନରେ ଭୟ ବଢିବାରେ ଲାଗିଛି । ଏନେଇ ସରକାରଙ୍କଠାରୁ ଆରମ୍ଭ କରି ରେଳ, ପୋଲିସ ଆଦି ଲୋକଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରିଛନ୍ତି । ଏହି ସମୟରେ କରୋନା ଭାଇରସକୁ ନେଇ ଟିକ୍ ଟକ୍ କରିବା ଜଣେ ଯୁବକକୁ ମହଙ୍ଗା ପଡିଛି । ନିଜକୁ କରୋନା ଆକ୍ରାନ୍ତ କହୁଥିବାରୁ ବନ୍ଧା ହୋଇ ଯାଇଛନ୍ତି ଜେଲ୍ । ଏହି ଘଟଣାଟି ଘଟିଛି ପଞ୍ଜାବର ସଙ୍ଗରୂରରେ, ଯେଉଁଠି ପୋଲିସ ଟିକ୍ ଟକ୍ ଯୁବକକୁ ଗିରଫ କରିଛି । ଯୁବକ ଜଣକ ନିଜକୁ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଗୁଜବ ସୃଷ୍ଟି କରିଥିବାରୁ ଗିରଫ ହୋଇଥିବା ଜଣାପଡିଛି ।


ପୋଲିସର କହିବା ମୁତାବକ, ଯୁବକ ଜଣକ ଟିକ୍ ଟକରେ ଏକ ଭିଡିଓ କରି ଛାଡିଥିଲା । ଯେଉଁଥିରେ ସେ କହୁଥିଲା ଯେ, ମୁଁ କେବେ ହାରିନି, ମୋତେ ଚୀନର ରୋଗ ହରାଇ ଦେଲା । ଯଦି ବଞ୍ଚିଗଲି , ତେବେ ପୁଣିଥରେ ଭିଡିଓ କରିବି । ମୋ ଜୀବନ ପାଇଁ ଆର୍ଶୀବାଦ ଭିକ୍ଷା କରନ୍ତୁ ।’

ସେହି ଯୁବକଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ଖୁବ୍ ଭାଇରାଲ ହୋଇଛି । ଭିଡିଓ ଭାଇରାଲ ହେବା ପରେ ପୋଲିସ ପ୍ରଶାସନ ଯୁବକର ଗାଁକୁ ଯାଇ ତାର ପରୀକ୍ଷା କରିଥିଲା । ଯୁବକଠାରେ କରୋନାର କୌଣସି ଲକ୍ଷଣ ନପାଇବା ପରେ ପୋଲିସ ତାଙ୍କୁ ଗିରଫ କରି ଥାନାକୁ ନେଇଛି ।

Get real time updates directly on you device, subscribe now.