fbpx

ଚୁଟି ଦାଢ଼ି ବଢ଼ିଯାଉ ଯାଆନ୍ତୁନି ସେଲୁନ ,ସେଲୁନରେ ଚୁଟି କାଟି ୬ କରୋନା ସଂକ୍ରମିତ

ଭୁବନେଶ୍ୱର:୨୬ ।୪(ଓଡିଶା ଭାସ୍କର): ସେଲୁନରେ ଚୁଟି କାଟି କରୋନା ସଂକ୍ରମିତ । ଏକାଥରକେ ୬ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ଆହୁରି ୧୨ ଜଣ ଆକ୍ରାନ୍ତ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ସମସ୍ତଙ୍କ ସ୍ୱାବ ଟେଷ୍ଟ ପାଇଁ ପଠାଯାଇଛି । ମଧ୍ୟପ୍ରଦେଶର ଖରଗୋନେ ଜିଲ୍ଲାର ୬ ଜଣ ବ୍ୟକ୍ତି ସେଲୁନରୁ ସଂକ୍ରମିତ ହୋଇଥିବା ଜଣାପଡିବା ପରେ ସରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ନିକଟରେ ଇନ୍ଦୋରରୁ ଜଣେ ଯୁବକ ଖରଗୋନେ ଜିଲ୍ଲାକୁ ଆସିଥିଲେ । ତାଙ୍କ କେରାନା ରିପୋର୍ଟ ପଜେଟିଭ ଆସିଥିଲା । ଏହା ପରେ ତାଙ୍କ ଟ୍ରାଭେଲ ହିଷ୍ଟ୍ରି ଓ କଣ୍ଟାକ୍ଟ ଟ୍ରେସରୁ ସେ ସେଲୁନରେ ଚୁଟି ଦାଢ଼ି କାଟିଥିବା ଜଣାପଡିଥିଲା ।

ଏହା ପରେ ସେଲୁନ ଯାଇଥିବା ସମସ୍ତ ୧୯ ଜଣଙ୍କର ଟେଷ୍ଟ କରାଯାଇଥିଲା ।ଯେଉଁଥିରୁ ୬ ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି । ଅନୁସନ୍ଧାନରୁ ଜଣାପଡିଛି ଯେ ଇନ୍ଦୋରରୁ ଆସିଥିବା ବ୍ୟକ୍ତିଙ୍କ ସେଭିଂ ସମୟରେ ବ୍ୟବହାର ହୋଇଥିବା ଟାୱେଲ , କଇଁଚି ,ଖୂର ଅନ୍ୟମାନଙ୍କ ପାଖରେ ବ୍ୟବହାର କରାଯାଇଥିଲା । ଯେଉଁଥିରୁ ଅନ୍ୟମାନେ ସଂକ୍ରମିତ ହୋଇଛନ୍ତି ।

Get real time updates directly on you device, subscribe now.