fbpx

ରାଜ୍ୟ ରେ କଡା ହେଲା କରୋନା କଟକଣା ,ଜାଣନ୍ତୁ କଣ

ଭୁବନେଶ୍ୱର, ୨୧ା୨ (ଓଡିଶା ଭାସ୍କର): ଅନ୍ୟ ରାଜ୍ୟରେ କୋଭିଡ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରଖି ଓଡ଼ିଶା ସରକାର ସଜାଗ ହୋଇଛନ୍ତି । ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ବତନ୍ତ୍ର ରିଲିଫ କମିସନର। ଏହି ଚିଠିରେ ମାସ୍କ ଓ ସାମାଜିକ ଦୂରତା ନିୟମ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିସନର । କୋଭିଡ ନିୟମରେ ଅବହେଳା ପାଇଁ ଦାୟୀ ରହିବେ ସେହି ସଂସ୍ଥା ର ମୁଖ୍ୟ ।ବିବାହ, କ୍ରୀଡା, ସାଂସ୍କୃତିକ ଉତ୍ସବପାଇଁ ଅନୁମତି ଥିଲେ ବି କୋଭିଡ୍ ନିୟମ ମାନିବାକୁ ନିର୍ଦେଶ ଦିଆଯାଇଛି  ।
ଏହାଛଡା ସାମାଜିକ କାର୍ଯ୍ୟକ୍ରମରେ ଅଧିକ ଲୋକ ଏକାଠି ହୋଇପାରିବେନି। ସ୍କୁଲରେ ପାଠପଢ଼ା ବ୍ୟତୀତ ଅନ୍ୟ କାର୍ଯ୍ୟକ୍ରମକୁ ମନକରାଯାଇଛି । ହୋଟେଲ, ଢାବା ଓ ରେଷ୍ଟୁରାଣ୍ଟ ଉପରେ ନଜର ରଖିବ ପ୍ରଶାସନ । ପ୍ରତି ସପ୍ତାହରେ ସ୍ବତନ୍ତ୍ର ରିଲିଫ କମିସନରଙ୍କୁ ରିପୋର୍ଟ ଦେବେ ଜିଲ୍ଲାପାଳ, SP ।

Get real time updates directly on you device, subscribe now.