fbpx

ସେୟାର ମାର୍କେଟ ଉପରେ କରୋନା ପ୍ରଭାବ, ୧୩୯୧ ପଏଣ୍ଟ ତଳକୁ ଖସିଲା ସେନସେକ୍ସ

ମୁମ୍ବାଇ ,5/4 : ସେୟାର ମାର୍କେଟ ଉପରେ ଦେଖିବାକୁ ମିଳିଛି କରୋନା ପ୍ରଭାବ । ଆଜି ସକାଳୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନସେକ୍ସ ୯ ପଏଣ୍ଟର କ୍ଷତି ସହ ୫୦,୦୨୦ ପଏଣ୍ଟ ସହ ଖୋଲିଥିଲେ ମଧ୍ୟ ଏହାପରେ ସେନସେକ୍ସ ନିମ୍ନଗାମୀ ହୋଇଥିଲା । ଦିନ ୧୦.୨୦ ସୁଦ୍ଧା ୧୩୯୧ ତଳକୁ ଖସି ଏହା ୪୮୬୩୮ ପଏଣ୍ଟ ଖସି ଆସିଥିଲା ।
ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୩୦ ପଏଣ୍ଟର କ୍ଷତି ସହ ୧୪,୮୩୭.୭୦ ପଏଣ୍ଟ ଖୋଲି ଥିବା ବେଳେ ଦି ୧୦.୨୦ ସୁଦ୍ଧା ଏହା ୩୮୮ ପଏଣ୍ଟ ତଳକୁ ଖସି ୧୪,୪୭୯.୩୦ରେ ପହଞ୍ଚିଥିଲା ।

ଆରମ୍ଭରେ ଏନଏସଇରେ ୭୯୯ ସେୟାରରେ ବୃଦ୍ଧି ଦେଖାଯାଇଥିବାବେଳେ ପରେ ୧୫୫୨ ସେୟାରର ମୂଲ୍ୟ ତଳକୁ ଖସିଥିଲା ।

୨.୮ ପ୍ରତିଶତ ଖସିଲା ରିଲାଏନ୍ସର ସେୟାର
ରିଲାଏନ୍ସର ଅଏଲ ଟୁ କେମିକାଲ ବ୍ୟବସାୟକୁ ପୂର୍ଣ୍ଣ ମାଲିକାନା ଥିବା ସହାୟକକାରୀ ସଂସ୍ଥାରେ ବିଭକ୍ତ ମଞ୍ଜୁରୀ ମିଳିବା ଯୋଗୁଁ ଏହାର ସେୟାର ପ୍ରାୟ ୨.୮ ପ୍ରତିଶତ ଖସିଛି । ଏବେ ଏହାର ସେୟାର ୧୯୬୪.୭୫ କୁ ଖସିଆସିଛି ।

କରୋନାର ବଢୁଥିବା ସଂକ୍ରମଣକୁ ନେଇ ଚିନ୍ତାରେ ନିବେଶକ:
ରବିବାର ଦେଶରେ ସଂକ୍ରମଣ ସଂଖ୍ୟା ୧ ଲକ୍ଷରୁ ଉପରେ ରହିଥିବାବେଳେ ୪୭୮ ଲୋକଙ୍କର ମୃତ୍ୟୁ ଘଟିଛି । ଦେଶରେ କରୋନାର ଦ୍ଵିତୀୟ ଲହରର ପ୍ରଭାବ ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟାରେ ୧,୦୩,୫୫୮ ପଜିଟିଭ କେସ ସାମ୍ନାକୁ ଆସିଛି । ଯାହା ନିବେଶକଙ୍କ ଚିନ୍ତାର କାରଣ ପାଲଟିଛି ।
ଶୁକ୍ରବାର ଗୁଡ଼ ଫ୍ରାଇଡେ ଥିବାରୁ କାରବାର ବନ୍ଦ ରହିଥିଲା କିନୁ ଏହା ୂର୍ବରୁ ଗରୁବାର ଦିନ କାରବାରରେ ତ୍ରୀବ୍ରତା ଦେଖାଦେଇଥଲା ୨୦୨୧-୨୨ ନୂତନ ଆର୍ଥିକ ବର୍ଷର ପ୍ରଥମ ଦିନରେ ଭଲ କାରବାର ହୋଇଥିଲା । ସେନସେକ୍ସ ପ୍ରାୟ ୫୨୧ ପଏଣ୍ଟ ଉରେ ରହିଥିଲା ଏବଂ ୫୦,୦୨୯.୮୩ ସହ ମାର୍କେଟ ବନ୍ଦ ହୋଇଥିଲା । ସେହିଭଳି ମାର୍କେଟ ବନ୍ଦ ହେଲାବେଳକୁ ନିଫ୍ଟି ୧୭୭ ପଏଣ୍ଟ ସହ ୧୪୮୫୦ ରୁ ୧୪୮୬୭ ରହିଥିଲା ।

Get real time updates directly on you device, subscribe now.