fbpx

ବଜାରରୁ ହଜିଯିବ ଏଲଜି ମୋବାଇଲ୍

ନୁଆଦିଲ୍ଲୀ, 5/4 : ବଜାରରୁ ବିଦାୟ ନେବାକୁ ଯାଉଛି  ଏଲଜି ମୋବାଇଲ୍ । ମୋବାଇଲ୍ ବ୍ୟବସାୟରେ କ୍ଷତି ଉପରେ କ୍ଷତି ସହୁଥିବାରୁ ଏଲଜି କମ୍ପାନୀ ତଥା ଇଲୋକ୍ଟ୍ରୋନିକ୍ସ ତାର ମୋବାଇଲ୍ ବ୍ୟବସାୟକୁ ବାଧ୍ୟ ହୋଇ ବନ୍ଦ କରିଛି । ଏନେଇ କମ୍ପାନୀ ପକ୍ଷରୁ ସୋମବାର ସୁଚନା ଦିଅ।।ଇଛି । ତେବେ ଏହି କ୍ଷତି ଏବେକାର ନୁହେଁ ବରଂ ଗତବର୍ଷ ଜୁଲାଇ ମାସ ୩୧ ତାରିଖ ଠାରୁ ହିଁ ଏଲଜି ମୋବାଇଲ୍ ସେବା କ୍ଷେତ୍ରରେ କ୍ଷତି ସହିଆସୁଛି । ତେଣୁ ସେବେଠାରୁ ଏଲଜି କମ୍ପାନୀର କୌଣସି ମୋବାଇଲ୍ ବିକ୍ରି ନ ହେବା ପରେ ସେହି ବର୍ଷଠାରୁ ହିଁ କମ୍ପାନୀ ପକ୍ଷରୁ ମୋବାଇଲ୍ ଉତ୍ପାଦନ ବନ୍ଦ କରାଯାଇଛି ।
ସୁଚନା ଯେ, କମ୍ପାନୀ ପକ୍ଷରୁ ପ୍ରାୟ ଦୁଇ ମାସକାଳ ବିଚାର ବିମର୍ଷ ପରେ ମୋବାଇଲ୍ ସେବାକୁ ବନ୍ଦ କରିବା ନେଇ ନିଷ୍ପତି ନେଇଛି । ତେବେ ୨୦୧୫ ଠାରୁ ହିଁ ଏଲଜି ମୋବାଇଲ୍ ବ୍ୟବସାୟ କ୍ଷେତ୍ରରେ ପତନ ଘଟିଥିଲା । ଯଦ୍ୱାରା କମ୍ପାନୀ ଏହି କ୍ଷେତ୍ରରେ ପ୍ରାୟ ୫ ଟ୍ରିଲିୟନ୍ ଡଲାର୍ର କ୍ଷତି ସହିଥିଲା । ଏହାର ମୁଖ୍ୟ କାରଣ ହେଲା ବଜାରରେ ଅନ୍ୟ ମୋବାଇଲ୍ କମ୍ପାନୀ ଗୁଡିକର ବର୍ଦ୍ଧିତ ଚାହିଦା । ତେଣୁ ଏହାକୁ ଦୃଷ୍ଟିରେ ରଖି କମ୍ପାନୀ ମୋବାଇଳ୍ କ୍ଷେତ୍ରକୁ ବନ୍ଦ କରି ନିଜର ଆର୍ଥିକ ବ୍ୟବସ୍ଥାକୁ ବଢ଼ାଇବା ନେଇ ଲକ୍ଷ୍ୟ ରଖିଛି ।

Get real time updates directly on you device, subscribe now.