fbpx

ପାରାଦୀପରେ କରୋନା ସନ୍ଦିଗ୍ଧ !

ପାରାଦୀପ, ୩ା୩(ଓଡ଼ିଶା ଭାସ୍କର): ଚୀନରେ ବ୍ୟାପୁଥିବା କରୋନ ଭାଇରସକୁ ନେଇ ଏବେ ସାରା ବିଶ୍ୱ ଚିନ୍ତାରେ ରହିଛି । ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ନୋଏଡାରେ ଜଣେ ବ୍ୟକ୍ତି କରୋନ ସଂକ୍ରମିତ ଚିହ୍ନଟ ହେବା ପରେ ଆଗ୍ରାରେ ୬ ବ୍ୟକ୍ତିଙ୍କୁ ଏହି ଭୂତାଣୁ ହୋଇଥିବା ଜଣାପଡିଛି ।

ସେହିପରି ଓଡିଶାର ପାରାଦୀପ ବନ୍ଦରରେ ଦୁଇ ସନ୍ଦିଗ୍ଧ କରୋନା ରୋଗୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଉଭୟ ସ୍ୱାମୀ ଓ ସ୍ତ୍ରୀ ଭାରତୀୟ ହୋଇଥିବା ସୂଚନା ରହିଛି । ସିଙ୍ଗାପୁରରୁ ଆସିଥିବା ଜାହାଜରେ କରୋନା ସନ୍ଦିଗ୍ଧ ଥିବା ଜଣାପଡ଼ିଛି । ସମ୍ପୃକ୍ତ ଦମ୍ପତି ଜାହାଜ କର୍ମଚାରୀ ହୋଇଥିବା ସୂଚନା ମିଳିଛି । ସେମାନେ କରୋନା ଭାଇରସରେ ଆକ୍ରାନ୍ତ ସନ୍ଦେହରେ ଡ଼ାକ୍ତରୀ ଦଳ ଜାହାଜରେ ପହଞ୍ଚି ପରୀକ୍ଷା ନିରୀକ୍ଷା ଆରମ୍ଭ କରିଛନ୍ତି ।

Get real time updates directly on you device, subscribe now.