fbpx

ନୋଏଡା ସ୍କୁଲରେ କରୋନା ଭୟ, ୧୦୦୦ କମ୍ପାନୀକୁ ନୋଟିସ୍

ନୋଏଡା,୩ ।୩: ଚୀନରେ ବ୍ୟାପୁଥିବା କରୋନା ଭାଇରସ୍ ଉତ୍ତରପ୍ରଦେଶର ନୋଏଡାରେ ନିଜର ପ୍ରଭାବ ଦେଖାଇବା ଆରମ୍ଭ କରିସାରିଛି । ଏଠାରେ ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ସେହି ବ୍ୟକ୍ତିଙ୍କ ରିପୋର୍ଟ ପଜିଟିଭ୍ ଆସିବା ପୂର୍ବରୁ ସେ ପିଲାମାନଙ୍କୁ ଜନ୍ମଦିନର ପାର୍ଟି ଦେଇଥିଲେ । ଏହି ପାର୍ଟିରେ ସ୍କୁଲର ଛାତ୍ରଛାତ୍ରୀଙ୍କ ସମେତ ତାଙ୍କର ଅଭିଭାବକମାନେ ସାମିଲ ହୋଇଥିଲେ । ରିପୋର୍ଟ ପଜିଟିଭ୍ ଆସିବା ପରେ ସ୍କୁଲରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଗୋଟିଏ ପଟେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଅଲଗା ରଖାଯାଇଥିବା ବେଳେ ଅନ୍ୟପଟେ ସ୍କୁଲକୁ କିଛିଦିନ ପାଇଁ ବନ୍ଦ କରାଯାଇଛି ।

ଏହାରି ମଧ୍ୟରେ ସିଏମଓ ଅନୁରାଗ ଭାର୍ଗବ ନୋଏଡା ଓ ଗ୍ରେଟର ନୋଏଡାର ୧୦୦୦ରୁ ଅଧିକ କମ୍ପାନୀ ନୋଟିସ୍ ପଠାଇଛନ୍ତି । କମ୍ପାନୀକୁ କୁହାଯାଇଛି ଯେ ଯେଉଁ କର୍ମଚାରୀମାନେ ବିଦେଶରୁ ଫେରୁଛନ୍ତି, ତାଙ୍କର ସୂଚନା ପ୍ରଥମେ ସ୍ୱାସ୍ଥ୍ୟ ବିଭାଗକୁ ଦିଆଯାଉ ।

Get real time updates directly on you device, subscribe now.