fbpx

ବଢୁଛି କରୋନା ସଂକ୍ରମଣ: ହସ୍ପିଟାଲରେ ମାସ୍କ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ପ୍ରାନ୍ତରରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । କ୍ରମାଗତ ୨ ଦିନ ଧରି ଦେଶର ଦୈନିକ ସଂକ୍ରମଣ ୩ ହଜାର ଉପରେ ରେକର୍ଡ କରୁଥିବାରୁ ସମସ୍ତଙ୍କ ଚିନ୍ତା ବଢି ଯାଇଛି । ଏଥିପାଇଁ ବିଭିନ୍ନସ୍ତରରେ ତତ୍ପରତା ପ୍ରକାଶ ପାଇଛି । ଏପରିକି କେନ୍ଦ୍ର ସରକାର କରୋନା ସଂକ୍ରମଣ ପାଇଁ ସତର୍କ ରହିବାକୁ ସବୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷ କରି ଜାତୀୟ ରାଜଧାନୀ ଦିଲ୍ଲୀ ଓ ମହାରାଷ୍ଟ୍ରରେ ଏହି ସଂକ୍ରମଣ ଉଗ୍ର ରୂପ ନେଇଥିବାରୁ ସେଠାରେ ସମସ୍ତ ସରକାରୀ ହସ୍ପିଟାଲରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ପାଇଁ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି ।

ସେହିପରି ଏହି ନିୟମ ହସ୍ପିଟାଲ, ଡାକ୍ତର ଓ କର୍ମଚାରୀଙ୍କ ପାଇଁ ଲାଗୁ ହେବ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହା ପୂର୍ବରୁ ମୁମ୍ବାଇର ଅଧିକାଂଶ ଘରୋଇ ହସ୍ପିଟାଲରେ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଥିବା ବିଶେଷ କରି ଥଣ୍ଡା ଓ କାଶ ଜନିତ ରୋଗ ପାଇଁ ହସ୍ପିଟାଲ ଆସୁଥିବା ରୋଗୀଙ୍କ କ୍ଷେତ୍ରରେ ଏହି ନିୟମକୁ କଡ଼ାକଡ଼ି କରାଯାଇଛି । ଏଥିସହ ସବୁ ସରକାରୀ ହସ୍ପିଟାଲରେ ମାସ୍କ ମଧ୍ୟ ବାଧ୍ୟତାମୂଳକ ହୋଇଛି ।

ଦିଲ୍ଲୀରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଉଥିବାରୁ କୋଭିଡ଼ ହସ୍ପିଟାଲଗୁଡ଼ିକୁ ପୁଣି ଥରେ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସେହିପରି ତେଲେଙ୍ଗାନା, ତାମିଲନାଡ଼ୁ, କେରଳ ଇତ୍ୟାଦି ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରମାନେ ତତ୍ପରତା ପ୍ରକାଶ କରିବା ସହ ଗାଇଡ୍ଲାଇନ୍ ଜାରି କରିବାକୁ ଚିନ୍ତା କରୁଥିବା ସୂଚନା ମିଳିଛି ।

Get real time updates directly on you device, subscribe now.