fbpx

ଶରୀରରେ ଲାଲ୍ ରଙ୍ଗର ଚିହ୍ନ ଛାଡୁଛି କରୋନା

ସମଗ୍ର ବିଶ୍ୱରେ ୩୪ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ମାମଲା ସାମନାକୁ ଆସିଥିବା ବେଳେ ୨ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଏହାରି ମଧ୍ୟରେ କରୋନାର ଭିନ୍ନ ଭିନ୍ନ ଲକ୍ଷଣ ଦେଖିବାକୁ ମିଳୁଛି । କରୋନାର ଖରାପ ପ୍ରଭାବ ଏବେ ମଣିଷର ଶରୀରରେ ଦେଖିବାକୁ ମିଳିଛି । ବିଶେଷଜ୍ଞମାନଙ୍କ ରିପୋର୍ଟ ମୁତାବକ, ଶରୀରରେ ଦେଖାଯାଉଥିବା କିଛି ଲକ୍ଷଣ କରୋନା ଚିହ୍ନଟ କରିପାରେ । କରୋନାରେ ୧୯% ଲୋକଙ୍କ ହାତ ଓ ପାଦ ଫୁଲିବା ସହ ଚର୍ମରେ ବିଭିନ୍ନ ପ୍ରକାରର ଦାଗ ଦେଖାଦେଇଥାଏ । ହାତ ଓ ପାଦ ବ୍ୟତିତ ଶରୀରର ଅନ୍ୟ ଅଂଶ ଫୁଲିବା ସହ ଲାଲ୍ ଲାଲ୍ ଦାଗ ହେଉଥିବା ଦେଖିବାକୁ ମିଳୁଛି । ଯେଉଁଠାରେ ରକ୍ତ ସଞ୍ଚାଳନ ଦୁର୍ବଳ ହୋଇଥାଏ, ସେଠାରେ ଏହିପରି ଲାଲ୍ ରଙ୍ଗର ଚିହ୍ନ ଦେଖିବାକୁ ମିଳିଥାଏ । ଶରୀରରେ ଦେଖାଯାଉଥିବା ଏହି ସମସ୍ୟା ପାଇରିୟାସିସ୍ ଜୋସି ଭଳି ଗୁରୁତର ରୋଗ ପରି ଦେଖାଦେଇଥାଏ ।

Get real time updates directly on you device, subscribe now.