fbpx

ଖୁସି ଖବର: ଓଡିଶାକୁ ଆସିସାରିଛି କରୋନା ମେଡିସିନ୍

ଭୁବନେଶ୍ୱର,୨୯ ।୬(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିଥିବା ବେଳେ ଲୋକମାନଙ୍କ ଆସିଛି ଏକ ଖୁସି ଖବର । ଓଡିଶାକୁ ଆସି ସାରିଛି କରୋନା ମେଡିସିନ୍ । ରେମଡିସିଭିର, ଫାଭିଫ୍ଲୁ ମେଡିସିନ୍ ଆସିସାରିଛି ବୋଲି ଆଜି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ।

ଏହା ସହ କଟକଣାକୁ ନେଇ ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଯେ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କିଛି କଟକଣା ରହିବ । ସରକାର ଆଜି କିମ୍ବା ଆସନ୍ତାକାଲି ଏନେଇ ସ୍ପଷ୍ଟ ନିଷ୍ପତ୍ତି ନେବେ । ଅନ୍ୟପଟେ ପୁରୀରେ ସେରୋଲୋଜିକାଲ ଟେଷ୍ଟ ଆରମ୍ଭ ହୋଇସାରିଛି । ୧ ତାରିଖରୁ ଗଞ୍ଜାମ, ଗଜପତି ଓ କଟକରେ ଆରମ୍ଭ ହେବ । ସ୍ଥିତି ଦଖି ବଢୁଥିବା ସଂକ୍ରମିତ ଜିଲ୍ଲାରେ ଟେଷ୍ଟ ଆରମ୍ଭ ହେବ । ପରୀକ୍ଷାଗୁଡିକ ଆଇସିଏମଆର ଦ୍ୱାରା କରାଯିବ ବୋଲି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ।

Get real time updates directly on you device, subscribe now.