fbpx

ବାଇକରେ ବୁଲୁଥିବା ଯୁବକଙ୍କୁ କରୋନା ରୋଗୀ ସହ ଲକ୍ କଲା ପୋଲିସ, ତାପରେ ଯାହା ହେଲା..

ବିନା ମାସ୍କରେ ବାଇକରେ ବୁଲୁଥିବା ୫ ଯୁବକଙ୍କୁ ଅଟକାଇ କରୋନା ରୋଗୀ ଥିବା ଆମ୍ବୁଲାନ୍ସରେ ପୁରାଇଦେଲା ପୋଲିସ । କରୋନା ପଜିଟିଭ୍ ଜାଣିବା ପରେ ଯୁବକଙ୍କ ହୋସ୍ ଉଡିଗଲା ଓ ପ୍ରାଣ ବଞ୍ଚାଇବାକୁ ସେମାନେ କାକୁତି ମିନତି ହେବାରେ ଲାଗିଲେ । ତା ପରେ ଆମ୍ବୁଲାନ୍ସ ଭିତରେ ଚାଲିଲା ଧାଁ ଦୌଡ । ତେବେ ପୋଲିସ ଦ୍ୱାରା ଜାରି କରାଯାଇଥିବା ଏହି ଭିଡିଓ ସତ ନୁହେଁ, ବରଂ ଏକ ପ୍ରୋମୋସନାଲ ଭିଡିଓ । ଲୋକମାନଙ୍କୁ କରୋନା ସମ୍ପର୍କରେ ସଚେତନ କରାଇବାକୁ ତାମିଲନାଡୁ ତିରୂପୁର ପୋଲିସ ଦ୍ୱାରା ଏହି ଭିଡିଓଟିକୁ ପ୍ରସ୍ତୁତ କରାଯାଇଛି । ଭିଡିଓରେ ଥିବା ସମସ୍ତ ଯୁବକ କଳାକାର ହୋଇଥିବା ବେଳେ ପୋଲିସର ଏହି ପ୍ରୟାସକୁ ଲୋକମାନେ ବେଶ ପ୍ରଂଶସା କରୁଛନ୍ତି ।

ଜୀବନ କେତେ ମୂଲ୍ୟବାନ୍ ବୋଲି ଏହି ଭିଡିଓ ଜରିଆରେ ପୋଲିସ ସନ୍ଦେଶ ଦେଇଛି । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ତିରୂପୁର ପୋଲିସଙ୍କୁ ତାରିଫ୍ କରାଯାଉଛି । ଅବୁଝା ଲୋକଙ୍କୁ ବୁଝାଇବାର ଏହା ସଠିକ୍ ବାଟ ବୋଲି ବହୁ ଲୋକ ଟ୍ୱିଟର ଜରିଆରେ ଭିଡିଓ ସେୟାର କରି କହିଛନ୍ତି ।

Get real time updates directly on you device, subscribe now.