fbpx
BJD SKY
BJD SKY

ବଢ଼ୁଛି କୋଭିଡ୍ ପଜିଟିଭ୍ ହାର, ଚିନ୍ତା ପ୍ରକଟ କଲା ଡବ୍ଲୁଏଚଓ

BJD

ନୂଆଦିଲ୍ଲୀ: ଦେଶରେ କୋଭିଡ଼ ଭୁତାଣୁ ମାମଲା ଗତ ୨୪ ଘଣ୍ଟା ମଧ୍ୟରେ ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ମୃତ୍ୟୁହାର ମଧ୍ୟ କମିଛି । ଦୈନିକ ୪ହଜାରରୁ କମ୍ ରହିଛି । ହେଲେ ଏହା ପରେ ବି ଦେଶର ପଜିଟିଭ୍ ହାରକୁ ନେଇ ଚିନ୍ତା ପ୍ରକଟ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) । ବିଶେଷଜ୍ଞ ମାନେ ଚେତାବନୀ ଦେଇଛନ୍ତି ଗ୍ରାମୀଞ୍ଚଳରେ ଟେଷ୍ଟିଂ କମ୍ ହେଉଥିବାରୁ ମାମଲା ବୃଦ୍ଧି ପାଉଛି । କାରଣ ଗ୍ରାମାଞ୍ଚଳରେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଛି । ଡବ୍ଲୁଏଚଓର ଜଣେ ବୈଜ୍ଞାନିକ କହିଛନ୍ତି ଯେ, ଦେଶରେ ଏବେ ବି କିଛି ସ୍ଥାନ ରହିଛି ଯେଉଁଠାରେ ସଂକ୍ରମଣ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଯାହାଫଳରେ ଦେଶର କରୋନା ଗ୍ରାଫ୍ ଦ୍ରୁତ ଗତିରେ ଶୀର୍ଘ ବଢ଼ୁଛି ।

ଭାରତରେ ବଢ଼ୁଥିବା ସଂକ୍ରମଣ ମାମଲା ପଛରେ ଅନେକ ପ୍ରକାର କାରଣ ରହିଛି । ଯେପରିକି କୋଭିଡ଼୍ ର ବି.୧.୬୧୭ ଷ୍ଟ୍ରେନ୍ ଯୋଗୁଁ ମୃତ୍ୟୁହାର ବଢ଼ୁଥିବା ବେଳେ ଆହୁରି ବି ଅନେକ ଷ୍ଟ୍ରେନ୍ ଏବଂ କିଛି ମନୁଷ୍ୟକୃତ କାରଣ ରହିଛି । ଯାହା ଫଳରେ ସଂକ୍ରମଣ ସହିତ ମୃତ୍ୟୁ ମାମଲା ବୃଦ୍ଧି ପାଉଛି । ତେବେ ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ବୁଧବାର ପ୍ରକାଶ ପାଇଥିବା ସାପ୍ତାହିକ ଅଧ୍ୟୟନ ରିପୋର୍ଟରେ ସୁଚନା ଦିଆଯାଇଛି । ରିପୋର୍ଟରେ କୁହାଯାଇଛି ଯେ, କରୋନାର ନୁତନ ଷ୍ଟ୍ରେନ୍ ସାର୍ସ-ସିଓବି-୨, ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ, ରାଜନୈତିକ ରାଲିରେ ହେଉଥିବା ଭିଡ ଯୋଗୁଁ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି ।

ସୂଚନାଯୋଗ୍ୟ, ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୮୧ ହଜାର ୩୮୬ ନୁଆ ମାମଲା ସାମନାକୁ ଆସିଛି । ଗୁରୁତ୍ୱପୂର୍ଣର୍ କଥା ହେଉଛି ଦେଶରେ ୨୭ ଦିନ ପରେ ସଂକ୍ରମଣ ମାମଲା ୩ ଲକ୍ଷ ତଳକୁ ଖସିଛି । ଶେଷ ଥର ପାଇଁ ୨୦ ଏପ୍ରିଲ୍ ରେ କୋଭିଡ଼୍ ମାମଲା ୨ ଲକ୍ଷ ୯୫ ହଜାର ଥିଲା ।

Get real time updates directly on you device, subscribe now.