fbpx

ନିର୍ଭୀକ ଫରେଷ୍ଟ୍ ଅଫିସର୍ ବିଦ୍ୟା ବାଲାନ୍

ମୁମ୍ବାଇ(ଓଡ଼ିଶା ଭାସ୍କର): କରୋନା ମହାମାରୀର ଆତଙ୍କ ଲାଗି ରହିଛି ସବୁଠି । ପ୍ରଥମ ତରଙ୍ଗ ପରେ ଦ୍ୱିତୀୟଥର କରୋନା ଭୂତାଣୁ କାୟା ମେଲାଇ ଲୋକଙ୍କୁ କଲବଲ କରିସାରିଲାଣି । ଏଥିପାଇଁ ସାଧାରଣରେ ଯେତିକି ଭୟ, ସେତିକି ଜୀବନ-ଜୀବିକାକୁ ନେଇ ଡହଳବିକଳ । ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଓ ଭୂତାଣୁ ଶୃଙ୍ଖଳ ଭାଙ୍ଗିବା ପାଇଁ ଚାରିଆଡ଼େ ଲାଗିଛି କଡ଼ା କଟକଣା । ଦେଶର ସ୍ୱାର୍ଥ ଓ ଜନତାଙ୍କ ଧନଜୀବନକୁ ଦୃଷ୍ଟିରେ ରଖି ଦେଶରେ ଲାଗିଛି ନାନା କଟକଣା । ଅନେକ ରାଜ୍ୟ ସରକାର ମଧ୍ୟ ଲକ୍ଡାଉନ, ଶଟଡାଉନ୍ ଓ କର୍ଫ୍ୟୁ ଆଦି ଜାରି କରିଛନ୍ତି । ଏସବୁ ମଧ୍ୟରେ ବୋଝ ଉପରେ ନଳିତା ବିଡ଼ା ଭଳି ପ୍ରାକୃତିକ ବିପର୍ଯ୍ୟୟ କିଛି ଆସିଲେ ସମାଜର ଅବସ୍ଥା ପୂରା ଦୋହଲି ଯାଉଛି । ସବୁଠି ଶୁଭୁଛି ଭୟ-ଆତଙ୍କ ସହ କରୁଣ କ୍ରନ୍ଦନ । କିନ୍ତୁ ଏହାରି ମଧ୍ୟରେ ଆସନ୍ତା ଜୁନରେ ‘ଶେରନୀ’ ଆସିବ ବୋଲି ଜଣାପଡ଼ିଛି ।

ହଁ ଆଜ୍ଞା, ଏକଥା ଆମେ କହୁନୁ । ଆମାଜନ୍ ପ୍ରାଇମ୍ ଭିଡିଓ ପକ୍ଷରୁ ଏହି ଘୋଷଣା କରାଯାଇଛି । ବିଶ୍ୱସ୍ତରରେ ଶେରନୀ ଆସିବ ବୋଲି ସଂସ୍ଥା ପକ୍ଷରୁ ସୋମବାର ସ୍ପଷ୍ଟ କରାଯାଇଛି । ଖ୍ୟାତାନାମା ଫିଲ୍ମ ନିର୍ମାତା ଅମିତ୍ ମାସୁରକର୍ ଶେରନୀକୁ ଦିଗଦର୍ଶନ ଦେଉଥିବାବେଳେ ଟି-ସିରିଜ୍ ଓ ଆବୁଡାଣ୍ଟିଆ ଏଣ୍ଟରଟେନମେଣ୍ଟ୍ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଉଛି । ଏଥିରେ ଶୀର୍ଷକ ଅନୁସାରେ ଶେରନୀ ଭୂମିକାରେ ଅନ୍ୟତମ ଚର୍ଚ୍ଚିତ ଓ ପ୍ରସିଦ୍ଧ ଅଭିନେତ୍ରୀ ବିଦ୍ୟା ବାଲାନ୍ ନିଖୁଣ ଅଭିନୟ କରିଥିବା ସୂଚନା ମିଳିଛି । ବିଦ୍ୟାଙ୍କ ସମେତ ଶରଦ ସକ୍ସେନା, ମୁକୁଲ୍ ଚଢ଼ା, ବିଜୟ ରାଜ୍, ଇଲା ଅରୁଣ, ବୀଜେନ୍ଦ୍ର କାଲା ଓ ନୀରଜ କବି ପ୍ରମୁଖ ‘ଶେରନୀ’ରେ ଦେଖାଦେବେ ।

ଜଣେ ନିର୍ଭୀକ ଫରେଷ୍ଟ୍ ଅଫିସର୍ ଭୂମିକାରେ ବିଦ୍ୟା ଶେରନୀରେ ନଜରକୁ ଆସିବେ । ଏହି ଖବର ଆସିବା ପରେ ବିଦ୍ୟାଙ୍କ ଫ୍ୟାନମାନେ ଖୁବ୍ ଖୁସି ହୋଇଯାଇଛନ୍ତି ।

Get real time updates directly on you device, subscribe now.