fbpx
BJD SKY
BJD SKY

ହତ୍ୟା ମାମଲାରେ ଫସିବେ ରେସଲର୍ ସୁଶୀଲ!

BJD

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାକୁ ଆସିଛି ଛତ୍ରସାଲ ଷ୍ଟାଡିୟମରେ ରେସଲର୍ ସାଗର ଧନଖଡ଼ଙ୍କୁ ଆକ୍ରମଣ ଓ ହତ୍ୟା ମାମଲା । ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗରେ ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କ ସମେତ ୯ ଜଣଙ୍କ ବିରୋଧରେ ଦିଲ୍ଲୀର ରୋହିଣୀ କୋର୍ଟ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି ।

ଏହି ହତ୍ୟା ଘଟଣାରେ ଅଭିଯୁକ୍ତ କୁହାଯାଉଥିବା ରେସଲର୍ ସୁଶୀଲ କୁମାର ଫେରାର ଅଛନ୍ତି । ସେ ପ୍ରଥମେ ହରିଦ୍ୱାର ଓ ପରେ ଋଷିକେଶ ଚାଲିଯାଇଥିବା କୁହାଯାଉଛି । ଦିଲ୍ଲୀ ପୋଲିସ ପ୍ରଥମେ ସୁଶୀଲ କୁମାରଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ ଜାରି କରିଥିଲା । ଏଥିସହ ଦିଲ୍ଲୀ ଏନସିଆର ସହ ପଡ଼ୋଶୀ ରାଜ୍ୟରେ ସୁଶୀଲଙ୍କୁ ଖୋଜୁଛି ପୋଲିସ । ତେବେ ଏହାରି ମଧ୍ୟରେ ସୁଶୀଲଙ୍କ ସମେତ ୯ ଜଣଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କର।।ଇଛି ।

ପୋଲିସ କହିବା ଅନୁସାରେ ସୁଶୀଲଙ୍କ ସମେତ ଅଜୟ, ପ୍ରିନ୍ସ, ସୋନୁ, ସାଗର, ଅମିତ ଏବଂ ଅନ୍ୟମାନଙ୍କ ମଧ୍ୟରେ ପାର୍କଂ ଷ୍ଟାଣ୍ଡରେ ମାରପିଟ ହୋଇଥିଲା । ଏହାକୁ କେନ୍ଦ୍ରକରି ସାଗରଙ୍କୁ ଆକ୍ରମଣ ହେବା ଫଳରେ ତାଙ୍କ ମୃତ୍ୟୁ ଘଟିଥିବା ପୋଲିସ କହିଛି ।

Get real time updates directly on you device, subscribe now.