fbpx

ରାଷ୍ଟ୍ରପତି ଭବନରେ କରୋନା !

ଭୁବନେଶ୍ୱର:୨୧ ।୪ : (ଓଡିଶା ଭାସ୍କର):କରୋନା କବଳରେ ରାଷ୍ଟ୍ରପତି ଭବନ । ଭାରତର ସବୁଠୁ ସୁରକ୍ଷିତ ଅଂଚଳ ଭାବେ ଗଣାଯାଉଥିବା ରାଷ୍ଟ୍ରପତି ଭବନରେ କରୋନା ସଂକ୍ରମଣକୁ ନେଇ ହଇଚଇ ସୃଷ୍ଟି ହୋଇଛି । ଏନେଇ ତ୍ୱରିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି । ୧୨୫ ପରିବାରକୁ ସେଲ୍ପ ଆଇସୋଲେସନ ରେ ରହିବାକୁ ନିର୍ଦ୍ଦେଶନାମା ଦିଆଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଏହି ସୂଚନା ମିଳିଛି । ଗତକାଲି ରାଷ୍ଟ୍ରପତି ଭବନର ଜଣେ କର୍ମଚାରଙ୍କ ରିପୋର୍ଟ ପଜେଟିଭ ଆସିବା ପରେ ଏହି ପଦକ୍ଷେପ ନିଆଯାଇଛି । ପୂର୍ବରୁ କନିକା କପୁର ଭାୟା ସାଂସଦ ଦୁଷ୍ୟନ୍ତ ସିଂ କରୋନା ଲିଙ୍କ ଯୋଗୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବି ଆଇସୋଲେସନରେ ରହିଥିଲେ ।

Get real time updates directly on you device, subscribe now.