fbpx

ଗୁମ୍ପାରୁ ଉଦ୍ଧାର ହେଲେ ବିଦେଶୀ ପର୍ଯ୍ୟଟକ

ଭୁବନେଶ୍ୱର:୨୧ ।୪ : (ଓଡିଶା ଭାସ୍କର): ପର୍ଯ୍ୟଟନ ପାଇଁ ଭାରତ ଆସିଥିଲେ । ଦାଉ ସାଜିଲା କରୋନା । ଲକ ଡାଉନ ପାଇଁ ବୁଲିବାତ ବନ୍ଦ ହେଲା ଉପରେ ପୁଣି ପାଖରେ ଥିବା ଟଙ୍କା ବି ଶେଷ ହୋଇଗଲା । ଏଭଳି ଅବସ୍ଥାରେ ରହୁଥିବା ହୋଟେଲ ଛାଡିଲେ ବିଦେଶୀ ପର୍ଯ୍ୟଟକ । କିଛି ଉପାୟ ନପାଇ ଗୁମ୍ପାଭିତରେ ରହିବାକୁ ଲାଗିଲେ । ଗତ ମାର୍ଚ୍ଚ ୨୪ ତାରିଖରୁ ଗୁମ୍ପାରେ ରହୁଥିବା ଏହି ପର୍ଯ୍ୟଟକଙ୍କୁ ୨୫ ଦିନ ପରେ ଉଦ୍ଧାର କଲା ଉତ୍ତରାଖଣ୍ଡ ପୋଲିସ । ଉତ୍ତରାଖଣ୍ଡର ରିଷିକେଷ ଆସଥିବା ଏହି ପର୍ଯ୍ୟଟକ ଙ୍କ ୨୫ ଦିନର ଗୁମ୍ପାରହଣି କାହାଣୀ ବେଶ ଦୂଖ ଭରା । ସୋନେ ସମସ୍ତେ ଆମେରିକା,ଫ୍ରାନ୍ସ,ୟୁକ୍ରେନ ଓ ନେପାଳର ନାଗରିକ । ଉଦ୍ଧାର ହେବା ପରେ ସେମାନଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରକୁ ପଠାଯାଇଛି ।

Get real time updates directly on you device, subscribe now.