fbpx

ଏପ୍ରିଲ ମାସରେ ପର୍ବପର୍ବାଣି ନେଇ ଲାଗିଲା କରୋନା କଟକଣା, ଜାଣନ୍ତୁ କ’ଣ?

ଭୁବନେଶ୍ୱର, ୨୬ ।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଆଜି ବି ପଜିଟିଭ୍ ସଂଖ୍ୟା ୨୦୦ ଟପିଥିବା ବେଳେ ଚିନ୍ତାରେ ପ୍ରଶାସନ । ଏହାରି ମଧ୍ୟରେ ରାଜ୍ୟରେ ସର୍ବସାଧାରଣ ପର୍ବପର୍ବାଣି ଉପରେ କଟକଣା ଲଗାଯାଇଛି । ଏପ୍ରିଲରେ ଧାର୍ମିକ ଓ ସାଂସ୍କୃତିକ ପର୍ବ ପାଳନ ଉପରେ କଟକଣା ଲଗାଇଛନ୍ତି ଏସଆରସି । ଗୁଡ୍ ଫ୍ରାଇଡେ, ଇଷ୍ଟର, ପଣା ସଂକ୍ରାନ୍ତି, ଝାମୁଯାତ୍ରା ମନା ହୋଇଛି । ଦଣ୍ଡଯାତ୍ରା, ଶ୍ରୀ ରାମନବମୀ ଉପରେ ମଧ୍ୟ ରାଜ୍ୟ ସରକାର କଟକଣା ଲଗାଇଛନ୍ତି ।

କୋଭିଡ ଦୃଷ୍ଟିରୁ ଧାର୍ମିକ ଓ ସାଂସ୍କୃତିକ ସମାବେଶ ନିଷେଧ କରିଛନ୍ତି ଏସଆରସି । ସୀମିତ ଲୋକଙ୍କୁ ନେଇ କୋଭିଡ ନିୟମ ମାନି ଧାର୍ମିକ ସ୍ଥଳରେ ପୂଜା କରିହେବ । ସର୍ବସାଧାରଣ ସ୍ଥାନରେ ପାଳନ ଉପରେ କଟକଣା ଲାଗିଛି । ପରିସ୍ଥିତିକୁ ଦେଖି ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବେ । ନିର୍ଦ୍ଦେଶ ଉଲ୍ଲଂଘନ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସଆରସି କହିଛନ୍ତି ।

Get real time updates directly on you device, subscribe now.