fbpx

ଭୁବନେଶ୍ୱରରେ କରୋନା ସ୍ଥିତି ଗମ୍ଭୀର ! ଗୋଟିଏ ଦିନରେ ୯୦ ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ୧୫ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୬୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୦ଜଣ ଭୁବନେଶ୍ୱରର ହୋଇଥିବା ଜଣାପଡ଼ିଛି । ଚିହ୍ନଟ ହୋଇଥିବା ୯୦ଜଣଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୬୩ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨୭ଜଣ ଚିହ୍ନଟ ହୋଇଛନ୍ତି । ଏଥିସହିତ ୨୪ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି ।

ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୨୭ଜଣଙ୍କ ମଧ୍ୟରୁ ଜଣେ ବିଜେବି ନଗରରୁ ୨୭ବର୍ଷୀୟ ଯୁବକ, ଜଣେ ଜାଗମରାରୁ ୨୬ବର୍ଷୀୟ ଯୁବକ, ଘଟିକିଆରୁ ଜଣେ ୫୦ବର୍ଷୀୟ ପୁରୁଷ, ଲକ୍ଷ୍ମୀସାଗରରୁ ଜଣେ ୬୨ବର୍ଷୀୟ ବୃଦ୍ଧା, ପୋଖରୀପୁଟରୁ ୬୧ ଓ ୮୪ବର୍ଷୀୟ ଦୁଇ ପୁରୁଷ, ଓଲ୍ଡ ଟାଉନରୁ ଜଣେ ୪୮ବର୍ଷୀୟ ପୁରୁଷ, ଖଣ୍ଡଗିରିରୁ ଜଣେ ୨୩ବର୍ଷୀୟ ଯୁବକ, ଭରତପୁରରୁ ଜଣେ ୫୨ ଓ ୩୦ ବର୍ଷୀୟ ପୁରୁଷ, ରସୁଲଗଡ଼ରୁ ଜଣେ ୩୬ବର୍ଷୀୟ ପୁରୁଷ, ଚନ୍ଦ୍ରଶେଖପୁରରୁ ୩୧ ଓ ୫୭ ବର୍ଷୀୟ ପୁରୁଷ,ବିଶେଶ୍ୱର ବସ୍ତିରୁ ଜଣେ ୪୦ବର୍ଷୀୟ ପୁରୁଷ, ନୟାପଲ୍ଳୀରୁ ଜଣେ ୩୦ବର୍ଷୀୟ ଯୁବକ, ୟୁନିଟ ୪ରୁ ୨୭ବର୍ଷୀୟ ଯୁବକ, ରସୁଲଗଡ଼ରୁ ୧୬ ବର୍ଷୀୟ ଯୁବକ ଓ ୫୦ବର୍ଷୀୟ ବୃଦ୍ଧ, ଖଣ୍ଡଗିରିରୁ ଜଣେ ୬୫ବର୍ଷୀୟ ବୃଦ୍ଧ ଓ ୭ବର୍ଷୀୟ କନ୍ୟା ଶିଶୁ, ମହାବୀର ବସ୍ତିରୁ ଜଣେ ୨୩ବର୍ଷୀୟ ଯୁବକ, କୋଳଥିଆରୁ ୩୦ବର୍ଷୀୟ ମହିଳା, ପାତ୍ରପଡ଼ାରୁ ଜଣେ ୩୮ବର୍ଷୀୟ ପୁରୁଷ, ଖଣ୍ଡଗିରିରୁ ଜଣେ ୩୯ବର୍ଷୀୟ ପୁରୁଷ, ବରମୁଣ୍ଡାରୁ ୨୪ବର୍ଷୀୟ ଓ ୩୫ବର୍ଷୀୟ ମହିଳା, ଘରୋଇ ହସ୍ପିଟାଲରୁ ଜଣେ ୩୦ବର୍ଷୀୟ ମହିଳା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ରାଜଧାନୀ ଭୁବନେଶ୍ୱରରୁ ୮୫୯ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୮୫ଜଣ ସୁସ୍ଥ ହୋଇଛନ୍ତି ଓ ୧୧ଜଣଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ୪୬୨ଜଣ ଚିକିତ୍ସାଧୀନ ଅଛନ୍ତି ।

Get real time updates directly on you device, subscribe now.