fbpx

ସାବଧାନ!ବାୟୁରେ ବ୍ୟାପୁଛି କରୋନା

ଦେଶରେ ଦିନକୁ ଦିନ ବ୍ୟାପିବାରେ ଲାଗିଛି କରୋନା ଭାଇରସ୍ । କରୋନା ଭାଇରସକୁ ନେଇ ସମସ୍ତେ ଚିନ୍ତିତ ଅବସ୍ଥାରେ ଥିବା ବେଳେ ଆଉ ଏକ ଦୋହଲାଇ ଦେଲା ଭଳି ତଥ୍ୟ ସାମ୍ନାକୁ ଆସିଛି । କରୋନା ସଂକ୍ରମିତଙ୍କ ପାଖରେ ଥିଲେ ସେମାନେ ଛିଙ୍କିଲେ କି କାଶିଲେ ଓ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଲେ କରୋନା ବ୍ୟାପୁଥିଲା କିନ୍ତୁ ଏବେ ବାୟୁରେ ମଧ୍ୟ କରୋନା ବ୍ୟାପୁଛି ବୋଲି ଚର୍ଚ୍ଚା ଜୋର ଧରିଛି । ଏହାସତ ବୋଲି ମଧ୍ୟ ଡ଼ବ୍ଲୁଏଚଓ (ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ) ମଧ୍ୟ ବାୟୁରେ କରୋନା ବ୍ୟାପୁଛି ବୋଲି ତଥ୍ୟକୁ ଏଡ଼ାଇ ଦିଆଯାଇପାରିବ ନାହିଁ ବୋଲି କହିଛି । ବାୟୁରେ କ୍ଷୁଦ୍ର, କଣିକା ଓ ଜୀବାଣୁ ବ୍ୟାପିପାରେ ବୋଲି ସୂଚନା ରହିଛି ।

ବର୍ତ୍ତମାନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭,୪୨,୪୧୭ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୨୦,୬୪୨କୁ ବୃଦ୍ଧି ପାଇଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୪,୫୬,୯୪୪ଜଣ ସୁସ୍ଥ ହୋଇଛନ୍ତି ଓ ୨,୬୪,୯୪୪ଜଣ ସକ୍ରିୟ ରହିଛନ୍ତି ।

Get real time updates directly on you device, subscribe now.