fbpx

ଦୁବାଇ ଫେରନ୍ତା ଯୁବକଠାରୁ ୨୮ ଜଣଙ୍କୁ ବ୍ୟାପିଲା କରୋନା

କରୋନା ଭାଇରସ୍ କିପରି ଗୋଟିଏ ଲୋକଠାରୁ ଅଧିକ ଲୋକଙ୍କୁ ସଂକ୍ରମଣ କରୁଛି, ତାହାର ଏକ ଜ୍ୱଳନ୍ତ ଉଦାହରଣ ନାଳନ୍ଦାରେ ଦେଖିବାକୁ ମିଳିଛି । ସୋମବାର ବିହାରଶରୀଫ ହୋଟେଲରେ କ୍ୱାରେଣ୍ଟାଇନରେ ରହିଥିବା ୧୭ ଲୋକଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ପରୀକ୍ଷା ପରେ ଜଣାପଡିଲା କି ଜଣେ ବ୍ୟକ୍ତିଠାରୁ ଏହି କରୋନା ଭାଇରସ୍ ୨୮ ଲୋକଙ୍କୁ ସଂକ୍ରମଣ କରିଛି ।

ଖବର ମୁତାବକ, ବିହାରଶରୀଫର ଜଣେ ଯୁବକ ଦୁବାଇରୁ ଫେରିଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସି ଏହି ୨୮ ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ନେଇ ଜିଲ୍ଲା ପ୍ରଶାସନକୁ ମଧ୍ୟ ବଡ ଝଟକା ଲାଗିଛି । ଏନେଇ ସୀମାକୁ ସିଲ୍ କରିବା ସହ ପୋଲିସ କର୍ମଚାରୀଙ୍କ ସଂଖ୍ୟା ବଢାଯାଇଛି । ତେବେ ଯୁବକ ଜଣକ ଦୁବାଇରୁ ଆସି ଲୁଚିବାକୁ ଚେଷ୍ଟା କରିଥିଲେ । ସେ ୨୨ ମାର୍ଚ୍ଚରେ ଦିଲ୍ଲୀରୁ ପାଟଣା ଆସିଥିଲେ । କିନ୍ତୁ ୧୪ ଦିନ କ୍ୱାରେଣ୍ଟାଇନରେ ନରହି ଶଶୁର ଘରକୁ ୧୦ ଦିନ ପାଇଁ ଚାଲିଯାଇଥିଲେ । ୧୧ଏପ୍ରିଲରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ଏହାରି ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୨୮ ଲୋକ ସଂକ୍ରମିତ ହୋଇଛନ୍ତି । କିନ୍ତୁ ଗସ୍ତ ସମୟରେ ସେ ଆଉ କାହା କାହା ସହ ମିଶିଛନ୍ତି, ତାହା ଜଣାପଡିନାହିଁ ।

Get real time updates directly on you device, subscribe now.