fbpx

ଗୋଟିଏ ଶୌଚାଳୟରୁ ୪୧ ଜଣଙ୍କୁ କରୋନା !

ଦେଶର ରାଜଧାନୀ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦକ୍ଷିଣ ପଶ୍ଚିମ ଦିଲ୍ଲୀର କାପସହେଡା ଅଞ୍ଚଳରେ ଥିବା ଗୋଟିଏ ବିଲ୍ଡିଂର ୪୧ ଜଣ କରୋନାରେ ଚିହ୍ନଟ ହୋଇଥିଲେ । କାପସହେଡ ଅଞ୍ଚଳର ‘ଠେକେ ୱାଲି ଗଳି’ର ଗୋଟିଏ ବିଲ୍ଡିଂର ଏତେ ସଂଖ୍ୟକ କରୋନା ଆକ୍ରାନ୍ତ ପାଇବା ପଛରେ ସେଠାରେ ଥିବା ଜନବହୁଳ ଦାୟୀ କୁହାଯାଇଛି । କିନ୍ତୁ ଜଣାପଡିଛି ଯେ ସେହି ଅଞ୍ଚଳର ଲୋକେ ଗୋଟିଏ ଶୌଚାଳୟ ବ୍ୟବହାର କରୁଥିଲେ । ଗୋଟିଏ ଶୌଚାଳୟ ବ୍ୟବହାର କରୁଥିବାରୁ ଏମାନଙ୍କୁ କରୋନା ବ୍ୟାପିଥିବା ଆଶଙ୍କା କରାଯାଉଛି । ଜନବହୁଳ ଅଞ୍ଚଳରେ ଛୋଟ ଛୋଟ ଘର ଥିବା ବେଳେ ଅଧିକ ସଂଖ୍ୟାରେ ଲୋକେ ବସବାସ କରୁଥିଲେ । ଯେଉଁଠାରେ ୪୧ ଜଣଙ୍କୁ ଚିହ୍ନଟ କରାଯାଇଛି, ଯେଠାରେ ୨୦୦ରୁ ଅଧିକ ଲୋକେ ବାସ କରୁଛନ୍ତି । ଅଧିକ ଲୋକ ଥିବାରୁ ଏଠାରେ ସାମାଜିକ ଦୂରତା ନଥିବା କହିଲେ ଚଳେ ।

ପୂର୍ବରୁ ଦିଲ୍ଲୀର କାପସହେଡାର ଗୋଟିଏ ଘରେ ଏକ କରୋନା ମାମଲା ସାମାନକୁ ଆସିଥିଲା । ଜନବହୁଳକୁ ଦୃଷ୍ଟିରେ ରଖି ୧୯ ଏପ୍ରିଲରେ ଏହି ଅଞ୍ଚଳକୁ ସିଲ୍ କରିଥିଲା ପ୍ରଶାସନ । ଏହା ପରେ ୨୦ ଏପ୍ରିଲରେ ୯୫ ଲୋକଙ୍କ ନମୁନା ଓ ୨୧ ଏପ୍ରିଲରେ ୮୦ ଲୋକଙ୍କ ନମୁନା ପରୀକ୍ଷା ପାଇଁ ଏନଆଇବିକୁ ପଠାଯାଇଥିଲା । ମୋଟ୍ ୧୭୫ ଲୋକଙ୍କ ନମୁନାରୁ ୬୭ ଜଣଙ୍କର ରିପୋର୍ଟ ଆସିଥିଲା, ଯେଉଁଥିରୁ ୪୧ ଜଣଙ୍କୁ କରୋନା ହୋଇଥିବା ଗତକାଲି ଜଣାପଡିଥିଲା ।

Get real time updates directly on you device, subscribe now.