fbpx

କ୍ୱାରେଣ୍ଟାଇନରୁ ଫେରାର ହେଲେ ଗିରଫ କରାଯିବ

ଭୁବନେଶ୍ୱର,୩ ।୫(ଓଡିଶା ଭାସ୍କର): ଅନ୍ୟ ରାଜ୍ୟରୁ ପ୍ରବାସୀ ଓଡିଆଙ୍କୁ ଫେରାଇ ଆଣିବାକୁ ପ୍ରସଙ୍ଗରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ । ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତିି ଯେ, ଓଡିଶାରେ କରୋନା ସ୍ଥିତି ଅନ୍ୟ ଦେଶ ତୁଳନାରେ ନିୟନ୍ତ୍ରଣରେ ରହିଛି । ଏହି ସ୍ଥିତିକୁ କୌଣସି ପରିସ୍ଥିତିରେ ଖରାପ ହେବାକୁ ଦେବୁନି । ଗୃହମନ୍ତ୍ରାଳୟର ସମସ୍ତ ନିର୍ଦ୍ଦେନାମାକୁ ଓଡିଶାରେ ପାଳନ କରୁଛୁ । ଟ୍ରେନ୍ ଓ ବସ୍ ଯୋଗେ ପ୍ରବାସୀଙ୍କୁ ଓଡିଶା ଅଣାଯାଉଛି । ଆଜି ହଜାରରୁ ଅଧିକ ପ୍ରବାସୀ ଓଡିଶା ଆସିଛନ୍ତିି । ଆସୁଥିବା ଲୋକଙ୍କ ଭିତରୁ ୯୦% ରେଜିଷ୍ଟର କରିସାରିଛନ୍ତି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ପୂର୍ଣ୍ଣ ଚେଷ୍ଟା କରୁଛନ୍ତିି ।’

ତେବେ ସରକାରଙ୍କ ଏହି ଚେଷ୍ଟାକୁ ଆମେ ବିଫଳ ହେବାକୁ ଦେବୁନି ବୋଲି ଅସିତ୍ ତ୍ରିପାଠୀ କହିଛନ୍ତି । କେଉଁ ରୁଟରେ ବସ୍ ଯାଉଛି ତାହାକୁ ଅନୁଧ୍ୟାନ କରାଯାଉଛି । ଭୁଲ ରୁଟରେ ବସ୍ ନେଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ପ୍ରବାସୀ ଓଡିଆଙ୍କୁ ଜିଲ୍ଲା ବାହାରେ କ୍ୱାରେଣ୍ଟାଇନରେ ରଖାଯିବ । ନିୟମ ନ ମାନିଲେ କ୍ୱାରେଣ୍ଟାଇନର ଅବଧି ବଢାଯିବ । ଏହାକୁ ଖିଲାପ କଲେ ଗିରଫ ମଧ୍ୟ କରାଯିବ । କ୍ୱାରେଣ୍ଟାଇନ ଖିଲାପକାରୀଙ୍କ ୁପରେ ସରପଞ୍ଚ ନଜର ରଖିବେ । ବିନା ପାସରେ ବସ ଆସିଲେ ସୀମା ଭିତରକୁ ପ୍ରବେଶ ଅନୁମତି ମିଳିବ ନାହିଁ । ସେହିପରି ଓଭରଲୋଡ ଆସୁଥିବା ବସକୁ ମଧ୍ୟ ପ୍ରବେଶ ଅନୁମତି ମିଳିବ ନାହିଁ ବୋଲି ଅସିତ୍ ତ୍ରିପାଠୀ କହିଛନ୍ତି ।

Get real time updates directly on you device, subscribe now.