fbpx

ହନ୍ଦୱାଡା ଏନକାଉଣ୍ଟର ସ୍ଥାନରେ ବିସ୍ଫୋରଣ, ୭ ଗୁରୁତର ଆହତ

ଶ୍ରୀନଗର,୩ ।୫: ଜମ୍ମୁ-କାଶ୍ମୀରର ହନ୍ଦୱାଡା ରାଜୱାର ଅଞ୍ଚଳରେ ଏନକାଉଣ୍ଟର ହୋଇଥିବା ସ୍ଥାନରେ ବିସ୍ଫୋରଣ ଘଟିଛି । ଏଥିରେ ପାଖାପାଖୀ ୭ ନାଗରିକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କୁ ତୁରନ୍ତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହା ପୂର୍ବରୁ ଆଜି ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା, ଯେଉଁଥିରେ ୨ ବିଦେଶୀ ଆତଙ୍କୀ ସଫା ହୋଇଥିଲେ । ଏଥିରେ ଲଶ୍କର କମାଣ୍ଡର ହୈଦର ବି ମରିଥିବା ସୂଚନା ମିଳିଛି । କିନ୍ତୁ ଏହି ଅପରେସନରେ ଦୁଇ ବଡ ଅଫିସର ସମେତ ୫ ଯବାନ ସହିଦ ହୋଇଛନ୍ତି ।

Get real time updates directly on you device, subscribe now.