fbpx

କରୋନା: ଚିକିତ୍ସା ପାଇଁ ଧାଇଁଥିଲେ ମେଡିକାଲ, ସ୍କୁଟିରେ ହିଁ ଚାଲିଗଲା ଜୀବନ

Advertisement

ଚିକିତ୍ସା ପାଇଁ ମେଡିକାଲରୁ ମେଡିକାଲ ଯାଉଥିବା ବେଳେ ସ୍କୁଟିରେ ହିଁ ଜଣେ କରୋନା ସନ୍ଦିଗ୍ଧଙ୍କ ମୃତ୍ୟୁ ଘଟିଛି । ଏହି ଯନ୍ତ୍ରଣାଦାୟକ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ କରୋନା ସଙ୍କଟ ପାଇଁ ବିଭିନ୍ନ ରୋଗ ପାଇଁ ଅଲଗା ଅଲଗା ଡାକ୍ତରଖାନା ଚିହ୍ନିତ ହୋଇଛି । ଏଭଳି ପରିସ୍ଥିତିରେ ଜଣେ ରୋଗୀକୁ ନେଇ ପରିବାର ଲୋକେ ଅନେକ ଡାକ୍ତରଖାନାର ଚକ୍କର ଲଗାଇଥିଲେ, କିନ୍ତୁ କେଉଁଠାରେ ଚିକିତ୍ସା ମିଳିପାରି ନଥିଲା । ଶେଷରେ ରୋଗୀଜଣକ ନିଜ ପରିବାର ସାମ୍ନାରେ ହିଁ ଆକ୍ଟିଭାରେ ମୃତ୍ୟୁବରଣ କରିଥିଲେ ।

ମୃତ ବୃଦ୍ଧଙ୍କ ପୁଅ କହିଛନ୍ତି ଯେ, ଦୀର୍ଘ ଦିନ ଧରି ବିଲ୍ଡିଂ ନିର୍ମାଣ କାର୍ଯ୍ୟରେ କାମ କରୁଥିବା ୫୬ ବର୍ଷିୟ ପିତାଙ୍କ ନାକରେ ସିମେଣ୍ଟ ପଶିଥିବାରୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା । ମଙ୍ଗଳବାର ଦିନ ମୁଁ ଆକ୍ଟିଭାରେ ପିତାଙ୍କୁ ଧରି ଚିକିତ୍ସା ପାଇଁ ବିଭିନ୍ନ ମେଡିକାଲ ବୁଲିଥିଲେ । ଠିକ୍ ସମୟରେ ଚିକିତ୍ସା ଅଭାବରୁ ରାସ୍ତାରେ ହିଁ ପିତାଙ୍କ ମୃତ୍ୟୁ ହୋଇଥିଲା ।’

ତେବେ କରୋନା ସନ୍ଦିଗ୍ଧ ପାଣ୍ଡୁ ରାଓ ଇନ୍ଦୋରର ଅହିଲ୍ୟା ପଲଟନର ବାସିନ୍ଦା ଥିଲେ । କିଛି ସମୟ ଧରି ଅସୁସ୍ଥ ଥିବାରୁ ଏମବାଇ ମେଡିକାଲରେ ତାଙ୍କର ପରୀକ୍ଷା କରି ଘରକୁ ପଠାଯାଇଥିଲା । କିନ୍ତୁ ମଙ୍ଗଳବାର ଦିନ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ସ୍କୁଟିରେ ମେଡିକାଲ ନିଆଯାଇଥିଲା ।

Get real time updates directly on you device, subscribe now.