fbpx

୧୪ ନୁହେଁ, ୨୮ ଦିନ ପରେ ନଜର ଆସୁଛି କରୋନା ଲକ୍ଷଣ

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ୧୪ ଦିନିଆ କ୍ୱାରେଣ୍ଟାଇନ ଉପରେ ଏବେ ପ୍ରଶ୍ନ ଉଠିଛି । ଡବ୍ଲୁଏଚଓର ଗାଇଡଲାଇନ୍ ଅନୁସାରେ ସନ୍ଦିଗ୍ଧ କରୋନା ରୋଗୀଙ୍କ ୧୪ ଦିନ ପରେ କରୋନା ଲକ୍ଷଣ ଜଣାପଡେ । କିନ୍ତୁ କେରଳରେ ବହୁ ଘଟଣା ସାମନାକୁ ଆସିଛି, ଯେଉଁଥିରେ ଲୋକଙ୍କର ୧୪ ନୁହେଁ ବରଂ ୨୮ ଦିନ ପରେ ରିପୋର୍ଟ ପଜିଟିଭ୍ ଆସୁଛି । ଏନେଇ କେରଳ ସରକାର କ୍ୱାରେଣ୍ଟାଇନ୍ ସମୟ ୨୮ ଦିନକୁ ବୃଦ୍ଧି କରିଛନ୍ତି । ଏହା ସହ କ୍ୱାରେଣ୍ଟାଇନ ଶେଷ ହେବା ପରେ ରୋଗୀର ପୁନଃ ପରୀକ୍ଷା କରୁଛନ୍ତି ।

ତେବେ ବାହାରୁ କେରଳର ଜଣେ ମହିଳା ଗତ ମାର୍ଚ୍ଚ ୧୮ରେ କନ୍ନୁର ଫେରିଥିଲେ । ଘରେ କ୍ୱାରେଣ୍ଟାଇନରେ ରହିବା ପରେ ୧୬ ଏପ୍ରିଲରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ସେହିପରି ଜଣେ ୩୦ ବର୍ଷ ବୟସର ଜଣେ ଯୁବକ ଦୁବାଇରୁ ଫେରିଥିବା ବେଳେ ୨୮ ଦିନ ପରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । କେରଳରେ ବର୍ତ୍ତମାନ ୪୦୦ରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଅନ୍ୟପଟେ କ୍ୱାରେଣ୍ଟାଇନ୍ ସମୟକୁ ନେଇ ଡବ୍ଲୁଏଚଓ ଉପରେ ପ୍ରଶ୍ନ ଉଠିଛି ।

Get real time updates directly on you device, subscribe now.