fbpx

ସମ୍ବଲପୁରକୁ ଛୁଇଁଲା କରୋନା

ଭୁବନେଶ୍ୱର,୧୭ ।୫(ଓଡିଶା ଭାସ୍କର): ପ୍ରଥମଥର ପାଇଁ ସମ୍ବଲପୁର ଜିଲ୍ଲାକୁ ଛୁଇଁଲା କରୋନା । ଆଜି ଚିହ୍ନଟ ହୋଇଥିବା ୯୧ ଜଣଙ୍କ ମଧ୍ୟରୁ ସମ୍ବଲପୁରରୁ ଜଣେ କରୋନା ଆକ୍ରାନ୍ତ ସଂକ୍ରମିତ ହୋଇଛି । ଏହି କ୍ରମରେ ରାଜ୍ୟର ୨୨ଟି ଜିଲ୍ଲାକୁ କରୋନା ଛୁଇଁଛି । ଏହାସହ ଓଡିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୨୮କୁ ବୃଦ୍ଧି ପାଇଛି। ତେବେ ରାଜ୍ୟରେ ଆଉ ୯୧ ଚିହ୍ନଟ ମଧ୍ୟରୁ ଭଦ୍ରକ – ୨୮, ବାଲେଶ୍ୱର – ୧୭, ଗଞ୍ଜାମ – ୧୫, କଟକ – ୧୨, ପୁରୀ – ୭, କେନ୍ଦୁଝର – ୪, ଖୋର୍ଦ୍ଧା – ୩, ବଲାଙ୍ଗୀର – ୨, କେନ୍ଦ୍ରାପଡା – ୧, ସମ୍ବଲପୁର – ୧, ସୁନ୍ଦରଗଡ – ୧ ଜଣ ଚିହ୍ନଟ ହୋଇଛନ୍ତି ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

Get real time updates directly on you device, subscribe now.