fbpx

ଦେଶରେ ୬ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ, ୪/୬(ଓଡିଶା ଭାସ୍କର):  ଦେଶରେ   କରୋନା ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୧୬ ହଜାର ୯୧୯  ଥିବାବେଳେ ମୃତ୍ୟୁସଂଖ୍ୟା ୬,୦୭୫ରେ ପହଞ୍ଚିଛି । ସେହିପରି ସକ୍ରିୟ ସଂକ୍ରମିତ ୧୦୬,୭୩୭ ବୃଦ୍ଧି ପାଇଛି ଓ ସୁସ୍ଥ ହେଇଛନ୍ତି ୧୦୪,୧୦୬ ଜଣ। ଗତ ୨୪ ଘଣ୍ଟାରେ ସର୍ବାଧିକ ୨୬୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯,୩୦୪ ନୂଆ ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିିଳିଛି।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ୨,୫୮୭, ଗୁଜୁରାଟରେ ୧୧୨୨, ଦିଲ୍ଲୀରେ ୬୦୬, ମଧ୍ୟପ୍ରଦେଶରେ ୩୭୧, ପଶ୍ଚିମବଙ୍ଗରେ ୩୪୫, ଉତ୍ତରପ୍ରଦେଶରେ ୨୨୯, ରାଜସ୍ଥାନରେ ୨୦୯, ତାମିଲନାଡୁରେ ୨୦୮ ଜଣଙ୍କର ମୃତ୍ୟୁ ହୋଇଛି।

 

 

Get real time updates directly on you device, subscribe now.